ରାମନାଗୁଡ଼ା/ରାୟଗଡ଼ା (ଶିବ ପ୍ରସାଦ ଦୋରା):ରାୟଗଡ଼ାଜିଲ୍ଲା ରାମନାଗୁଡ଼ା ଥାନା ଅନ୍ତର୍ଗତ ପାଲୁପାଇ ଗ୍ରାମ ନିକଟ ଜାତୀୟ ରାଜପଥ ୩୨୬ରେ ଏକ ଘରୋଇ ବସ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ସମ୍ପର୍କୀୟ ଓ ଉତ୍ୟକ୍ତ ଲୋକେ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖ ଓ ଦୁର୍ଘଟଣାସ୍ଥଳ ପାଲୁପାଇରେ ରାସ୍ତାରୋକ କରିଛନ୍ତି। ସେମାନେ ରାଜରାସ୍ତାରେ ଶ୍ଲୋଗାନ ଦେଇ କ୍ଷତିପୂରର ଦାବି କରିଛନ୍ତି। ରାସ୍ତା ଅବରୋଧ ହେବା ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଛି।
ରାସ୍ତାରୋକ ନେଇ ରାମନାଗୁଡ଼ା ବିଡିଓ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ନ ପାଣିଗ୍ରାହୀ, ଗୁଣପୁଣ ଏସ୍ଡିପିଓ ବାବୁଲି ନାୟକ, ରାମନାଗୁଡ଼ା ଆଇଆଇସି ସୁନୀତା ବେହେରା ପ୍ରମୁଖ ଉପସ୍ଥିତ ରହି ରାସ୍ତାରୋକ ହଟାଇବା ପାଇଁ ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ସନ୍ଧ୍ୟା ୪ଟାରେ ଆରମ୍ଭ ହୋଇଥିବା ରାସ୍ତାରୋକ ଏଯାଏଁ ହଟିନଥିବା ଜଣାପଡ଼ିଛି। ପରିସ୍ଥିତି ଉତ୍ତେଜନାପୂର୍ଣ ରହିଥିବାରୁ ଗୁଣପୁର ଉପଜିଲ୍ଲାପାଳ ଦିଲୀପ ଅଭିଷେକ ଦୁଧାଲ ମଧ୍ୟ ଘଟଣାସ୍ଥଳକୁ ଯାଉଥିବା ସୂଚନା ମିଳିଛି।
ବସ୍ ଧକ୍କାରେ ୨ ଛାତ୍ର ମୃତ
ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଥାନା ଅନ୍ତର୍ଗତ ପାଲୁପାଇ ଏକ ଘରୋଇ ବସ୍ ସହ ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ କଲେଜ ଛାତ୍ର ତଥା ଗୁଡ଼ାରି ସୌରାସାହିର ଦେବେନ୍ଦ୍ର ଶବର ଏବଂ ପେଂଡ଼ିଲି ପଂଚାୟତ ବଡ଼ଗୁଡା ଗ୍ରାମର ବିଷ୍ଣୁ ଶବର ଗୁରୁତର ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କୋଲନରା ବ୍ଲକ ବାଡ଼ିସୋଲାରେ ଦୁଇ ଜଣ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଥିଲେ।
ଆହୁରି ପଢ଼ନ୍ତୁ: ବିଦ୍ୟୁତ୍ଖୁଣ୍ଟ ଷ୍ଟେ’ ତାର ଲାଗି ଜଳିଗଲେ ଛାତ୍ର: ବାଲିପାଟଣା ଛକରେ ମୃତଦେହ ରଖି ରାସ୍ତାରୋକ
ବର୍ଷ ନପୁରୁଣୁ ୧୩୩ ମୃତ
ଚଳିତ ବର୍ଷ ରାୟଗଡା ଜିଲ୍ଲାରେ ଗତ ନଭେମ୍ବର ମାସ ସୁଦ୍ଧା ୧୩୩ ଜଣ ବିଭିନ୍ନ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୂତ୍ରରୁ ଜଣା ପଡିଛି I ଚଳିତ ଡିସେମ୍ବର ମାସରେ ମଧ୍ୟ ବିଭିନ୍ନ ଦୁର୍ଘଟଣାରେ ୧୦ ଜଣ ମୃତ୍ୟୁବରଣ କରିଛନ୍ତି I ଅଧିକାଂଶ ମୃତ୍ୟୁ ବାଇକ ଦୁର୍ଘଟଣା ଯୋଗୁଁ ହେଉଥିବା ଜଣା ପଡିଛି I
ଆହୁରି ପଢ଼ନ୍ତୁ: Accident : ଦୁର୍ଘଟଣା ଭାଙ୍ଗିଦେଲା ସ୍ବପ୍ନ, ସଜେଇ ଦେଉଥିବା ହାତ ଆଜି ଅସଜଡ଼ା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/11/rayagada-2025-12-11-19-29-04.jpg)