ପୁତୁରାକୁ ହତ୍ୟା ଘଟଣାରେ ଦାଦା ଗିରଫ

ପଟାଙ୍ଗି: ପଟାଙ୍ଗି ବ୍ଲକ ସମ୍ବାଇ ପଞ୍ଚାୟତ ଅନ୍ତର୍ଗତ ଜାମୁଗୁଡା ଗ୍ରାମରେ ଗତ ରବିବାର ଦିନ ବୁଦ୍ରା ଗୁଣ୍ଠା(୩୦) ଚର୍ଚ୍ଚରେ ପ୍ରାର୍ଥନା କରୁଥିବା ସମୟରେ ଦାଦା ରାଜୁ ଗୁଣ୍ଠା ବାହାରେ ଗାଳିଗୁଲଜ କରୁଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ୟକ୍ତ ଦାଦା ରାଜୁ ଏକ ଧାରୁଆ ଅସ୍ତ୍ର ସହିତ ପୁତୁରା ବୁଦ୍ରାକୁ ଆକ୍ରମଣ କରିଥିଲେ। ଫଳରେ ବୁଦ୍ରା ଗୁରୁତର ଆହତ ହୋଇଥିଲେ। କିନ୍ତୁ ରାଜୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଗ୍ରାମବାସୀ ଆହତ ବୁଦ୍ରାକୁ ପଟାଙ୍ଗି ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କୋରାପୁଟ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ତେବେ ଚିକିତ୍ସାଧାନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ପରିବାର ଲୋକ ପଟାଙ୍ଗି ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ଦାଦା ରାଜୁଙ୍କୁ କେସ ନଂ.୫/୧୮, ଧାରା ୩୦୨ ଅନୁସାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର