ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି । ଜୁବାଗୁଡ଼ି ଗାଁରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ୫ଜଣଙ୍କ ମୃତ୍ୟୁ ହେଲାଣି। ପୂର୍ବରୁ ଡାକ୍ତରୀ ଟିମ୍ ଗାଁରେ ପହଂଚି ରକ୍ତ ନମୂନା ସଂଗ୍ରହ କରିଥିଲେ ମଧ୍ୟ ରୋଗ ଚିହ୍ନଟ ହୋଇପାରିନାହିଁ । ଯାହାକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ବ୍ଲକ ଠାରୁ ୨୭ କିମି ଦୂରରେ ଥିବା ଗାଁରେ ୧୯ଟି ଆଦିବାସୀ ପରିବାର ରହିଛନ୍ତି। ତେବେ ଗତ କିଛି ଦିନ ହେବ ଅଜଣାରୋଗ ରୋଗରେ ଆକ୍ରାନ୍ତ ହୋଇ ଲୋକମାନଙ୍କର ମୃତ୍ୟୁ ଘଟୁଛି । ପ୍ରଥମେ ଝାଡ଼ାବାନ୍ତି ଓ ପରେ ଶରୀରରେ ଅନ୍ୟ ଲକ୍ଷଣ ଦେଖାଯାଉଛି। ଗାଁରେ ବ୍ୟାପୁଥିବା ରୋଗର କାରଣ ଜଣାପଡ଼ୁନଥିବା ବେଳେ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି।