ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ନିକଟସ୍ଥ ମୁଚକିପଦର ଛକ ଠାରୁ ପ୍ରାୟ ଶହେ ମିଟର ଦୂରରେ ଅଜଣା ଗାଡି ଧକ୍କାରେ ଜଣକର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଉପର ଧାରାପୁର ଗ୍ରାମରେ ବାଲ୍ମିକୀ ଶବର(୪୫) ବୋଲି ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ, ଉପର ଧାରାପୁର ଗ୍ରାମର ବାଲ୍ମିକୀ ଶ୍ୱଶୂର ଘର ଘନାନ୍ତ୍ରୀ ଗ୍ରାମରୁ ବାଇକ୍‌(ଓଡି ୧୮ଏ ୧୮୮୭)ରେ ନିଜ ଗ୍ରାମକୁ ଫେରୁଥିବା ସମୟରେ ସନ୍ଧ୍ୟା ପ୍ରାୟ ସାଢେ ୭ଟା ବେଳେ ମୁଚକିପଦର ଛକ ନିକଟରେ ଅଜଣା ଗାଡି ଧକ୍କା ଦେଇଥିଲା। ବାଲ୍ମିକୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଖବରପାଇ ପଦ୍ମପୁର ଥାନା ଏସ୍‌ଆଇ କରୁଣାକର ରାଇକା, ଟିଆର ଜାନି, ବିକେ ଭୂୟାଁ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଦେହ ରାସ୍ତା ମଝିରେ ପଡିରହିଥିବାରୁ କିଛି ସମୟ ପାଇଁ ୩୨୬ନଂ ଜାତୀୟ ରାଜପଥରେ ଯାତାୟାତ ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର