ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘର ଓ ଅଫିସରେ ଭିଜିଲାନ୍‌ସ ଚଢାଉ, ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଠାବ

ରାୟଗଡ଼ା : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡା ଜିଲ୍ଲା ଗୁଣପୁର ଆଇଟିଡିଏ କନିଷ୍ଠ ଯନ୍ତ୍ରୀ ଗଗନ ବିହାରୀ ପତିଙ୍କ ଘର ସମେତ ୫ଟି ସ୍ଥାନରେ ଆଜି ଭିଜିଲାନ୍‌ସ ଏକକାଳୀନ ଚଢ଼ାଉ କରିଛି। ବ୍ରହ୍ମପୁର ଡିଭିଜନ ଭିଜିଲାନ୍‌ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଗୁଣପୁର ଆଇଟିଡିଏ କାର୍ଯ୍ୟାଳୟ, ମୁନିଗୁଡ଼ା ସ୍ଥିତ ସରକାରୀ ବାସଭବନ, ବ୍ରହ୍ମପୁର ସିଦ୍ଧାର୍ଥ ନଗର ସ୍ଥିତ ନିଜ ଘର, ସମବାୟ କଲୋନି ସ୍ଥିତ ବାପାଙ୍କ ଘର, ବ୍ରହ୍ମପୁର ରାଉତପେଟା ସ୍ଥିତ ଶ୍ୱଶୁରଙ୍କ ଘରୁ ଭିଜିଲାନ୍‌ସ ଏକ କୋଟିରୁ ଊର୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଜବତ କରିଛି।

ସମ୍ବନ୍ଧିତ ଖବର