ରାୟଗଡ଼ା: ଚନ୍ଦ୍ରପୁର ବ୍ଲକ ସଦର ମହକୁମାରେ ରହିଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ କାଶୀପୁର ଅଂଳର ଲକ୍ଷ୍ମୀ ମାଝି। ସେ ଚନ୍ଦ୍ରପୁର ମା’ଗୃହର ପରିଚାଳିକା ଭାବେ କାମ କରୁଥିଲେ।
ତେବେ ଲକ୍ଷ୍ମୀଙ୍କ ଶରୀର ସଂପୂର୍ଣ୍ଣ ପୋଡି ଯାଇଥିବା ବେଳେ ତାଂକର ମୃତ୍ୟୁର କାରଣ ଜଣାପଡି ନାହିଁ। ଲକ୍ଷ୍ମୀଙ୍କ ଦେହରେ କିପରି ନିଆଁ ଲାଗିଲା ତାକୁ ନେଇ ବଡ ପ୍ରଶ୍ନ ଉଠିଛି।ତାଂକୁ କେହି ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ପୁଲିସ ତଦନ୍ତ କରୁଥିବା ଜଣାପଡିଛି।
ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛି। ଲକ୍ଷ୍ମୀ ଜଣେ ମିଷ୍ଟିଭାଷୀ ଓ ମେଳାପି ମହିଳା ଥିଲେ। ସେ ଡାକ୍ତରଖାନାରେ ରହିଥିବା ମା‘ ଘରର ପରିଚାଳିକା ଭାବେ କାର୍ଯ୍ୟକରି ସମସ୍ତଙ୍କର ପ୍ରିୟଭାଜନ ହୋଇଥିଲେ। ତେବେ ତାଂକୁ କିଏ ଓ କାହିଁକି ହତ୍ୟା କରିବ କିମ୍ବା ସେ କାହିଁକି ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ ଏସବୁ ପ୍ରଶ୍ନ ସ୍ଥାନୀୟ ଲୋକଙ୍କ ମନରେ ଉଙ୍କି ମାରୁଥିଲା। ପୁଲିସର ତଦନ୍ତ ପରେ ହିଁ ମୃତ୍ୟୁର ଅସଲ ରହସ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/2f2b9b00-7408-4282-82a9-f10d5c68f9a2.jpeg)