ଦେଶୀ ବନ୍ଧୁକରୁ ଗୁଳି ଫୁଟି ମହିଳା ଆହତ

ବିଷମକଟକ: ଦେଶୀ ବନ୍ଧୁକରୁ ଗୁଳିଫୁଟି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ବୁଡୁବାଲି ପଂଚାୟତ ଅନ୍ତର୍ଗତ ଗୌରବାଲି ଗ୍ରାମର ଜଣେ ମହିଳା ଆହତ ହୋଇଛନ୍ତି। ଆହତ ମହିଳା ସର ଡୁଡୁକା (୪୫)ଙ୍କୁ ବିଷମକଟକ ଖ୍ରୀଷ୍ଟିଆନ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମହିଳା ଜଣକ କହିଛନ୍ତି ଯେ ବିଲକୁ ଯାଉଥିବା ବେଳେ ଏକ ଦଉଡିରେ ଗୋଡ ବାଜିଥିଲା। ସେଥିରେ ବନ୍ଧା ଯାଇଥିବା ଗୋଟିଏ ଦେଶୀ ବନ୍ଧୁକରୁ ଗୁଳି ଫୁଟି ବାମ ଗୋଡରେ ବାଜିବାରୁ ସେ ଆହତ ହୋଇଥିଲେ। ଗୁଳି ଶବ୍ଦ ଶୁଣି ଗାଁ ଲୋକେ ଘଟଣାସ୍ଥଳକୁ ଆସି ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ଖବରପାଇ ବିଷମ କଟକ ପୁଲିସ୍‌ ମେଡିକାଲରେ ପହଞ୍ଚି ପରିବାର ବର୍ଗଙ୍କୁ ପଚରାଉଚରା କରିଛି। ଚିକିତ୍ସା ପରେ ମହିଳା ଜଣକ ବର୍ତମାନ ସୁସ୍ଥ ଥିବା ଜଣାଯାଇଛି । ପ୍ରକାଶ ଥାଉକି ଚନ୍ଦ୍ରପୁର ଅଂଚଳରେ ବନ୍ୟଯନ୍ତୁ ଶିକାର ପାଇଁ ଏଭଳି ବନ୍ଧୁକ ବନ୍ଧାଯାଇଥାଏ।

ସମ୍ବନ୍ଧିତ ଖବର