ଗୁଣପୁର: ଗତକାଲି ବିଳମ୍ବିତ ରାତ୍ରରେ ରାୟଗଡ଼ା ଜିଲ୍ଳାର ଗୁଣୁପୁରଠାରେ ଏକ ଶାଗୁଆନ କାଠ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଖବର ନେବାରୁ ଜଣାପଡିଛି ଯେ ଗୁଣପୁର ଅଞ୍ଚଳରୁ ଏପି ୩୧ ୨୭୧୭ ଟ୍ରକ ଯୋଗେ ଶାଗୁଆନ କାଠ ବୋଝେଇ ଏକ ଟ୍ରକ ଆନ୍ଧ୍ର ଅଭିମୁଖେ ଯାଉଥିଲା। ତେବେ ଗୁଣପୁର ବନ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ଟ୍ରକକୁ ଜବତ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଟ୍ରକ ଚାଳକ ଦ୍ରୁତଗତିରେ ଚାଲିଯାଉଥିଲା।
ଏହି କାରଣରୁ ଜଗନ୍ନାଥପୁର ତନଖି ଫାଟକ ନିକଟରେ ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଟ୍ରକ୍ଟିବୁ ଧରିବାକୁ ବନ ବିଭାଗକୁ ସୁବିଧା ହୋଇଥିଲା। ଦୁର୍ଘଟଣାରେ ଟ୍ରକଟି ଭାଙ୍ଗିରୁଜି ଚୁରମାର ହୋଇଯାଇଥିବା ବେଳେ ଟ୍ରକ ଚାଳକ ବାଳକ୍ରିଷ୍ଣା ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣାଗ୍ରସ୍ତ ଟ୍ରକରେ ୨୬ ଖଣ୍ଡ ସାଇଜ ଶାଗୁଆନ କାଠ ରହିଥିବା ବେଳେ ଟ୍ରକ ଚାଳକକୁ ଅଟକ ରଖିଛି ବନ ବିଭାଗ। ତେବେ କାଠ କେଉଁଠୁ ଆସୁଥିଲା ସେନେଇ ବନ ବିଭାଗ ତଦନ୍ତ କରୁଥିବା ସୂଚନା ମିଳିଛି।