ଗୁଣପୁର: ଭଲ ପାଇ ବାହା ହେଲେ। ପରେ କର୍ଣ୍ଣାଟକ ନେକାଲ ତାଲୁକ୍ ସୁର୍ଯ୍ୟନଗର ଥାନା ଅଞ୍ଚଳରେ ଘର ଭଡ଼ା ନେଇ ସାଥୀରେ ରହିଲେ। କିନ୍ତୁ ବୁଝାମଣା ଅଭାବରୁ ଶେଷରେ ଚରମ ନିଷ୍ପତ୍ତି ନେଇଥିଲେ। ଗଣମାଧ୍ୟମକୁ ପ୍ରାପ୍ତ ଭିଡିଓରେ କୁହାଯାଉଛି ଯେ, ଯୁବକଙ୍କ ନିଦ ଭାଙ୍ଗିବା ବେଳକୁ ପତ୍ନୀଙ୍କ ମୃତଦେହ ସଫାରେ ପଡ଼ି ରହିଛି।

Advertisment

ଅନ୍ୟ ଏକ ଭିଡିଓରେ ପତ୍ନୀ ମରିବା ପରେ ନିଜକୁ ଅସହାୟ ମନେ କରି ଯୁବକ ମଧ୍ୟ ଜୀବନ ହାରିଦେବା ପାଇଁ କହୁଛି। ଉଭୟଙ୍କ ମୃତ୍ୟୁ ପାଇଁ ପରିବାରର କେହି ଦାୟୀ ନୁହଁନ୍ତି ଆମେ ହିଁ ଦାୟୀ। ପତ୍ନୀର ଭାଇକୁ କ୍ଷମା କରିଦେବାକୁ କୁହାଯାଇଛି। ପତ୍ନୀର ଜୀବନ ଚାଲିଯିବା ପରେ ତାଙ୍କ ମଥା ଓ ବେକରେ ନେଲ ପଲିସ୍‌ ଲଗାଉଛନ୍ତି ଯୁବକ। ପରେ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। 

ତେବେ ନିଜ ମୋବଇଲ୍‌ରେ ଯୁବକ ଭିଡିଓ କରିଛନ୍ତି ନା ଅନ୍ୟ କିଏ ଭିଡିଓ କରିଛି ତାହା ସନ୍ଦେହ ଘେରରେ ରହିଛି। ଏହି ଘଟଣା ୨୫ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଭିଡିଓରୁ ଜଣାପଡ଼ୁଛି। କର୍ଣ୍ଣାଟକ ପୁଲିସ ଦଂପତିଙ୍କ ମୃତଦେହ ଉଦ୍ଧାର କରିବା ପରେ ପରିବାର ଲୋକ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ। ମୃତ ଦଂପତି ଗଜପତିଜିଲ୍ଲା ଅଡବା ଥାନା ବଚେବା ଗ୍ରାମର ଦୀପନ୍ତ ଶବର ଏବଂ ଗୁଣପୁର ବ୍ଲକ ପୁଟାସିଂ ଥାନା ରିଜିଙ୍ଗତାଲ ଗାଁର ମଞ୍ଜୁଳା ଶବର(୨୨) ବୋଲି ଶୁଣିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: Anganwadi: ଧାର କରଜ କରି ଅଙ୍ଗନବାଡ଼ି ଚଳାଉଛନ୍ତି କର୍ମୀ

ମିଳିଥିବା ସୂଚନା ଅନୁଯାୟୀ, ଦୀପନ୍ତ ଶବର ଗୁଣପୁରକୁ କାମ ଅନ୍ୱେଷଣରେ ଆସି ରହୁଥିଲେ। ମଞ୍ଜୁଳା ମଧ୍ୟ ଗୁଣପୁରରେ ଦିନମଜୁରିଆ ଭାବେ କାମ କରୁଥିଲେ। ମଞ୍ଜୁଳା ଓ ଦୀପନ୍ତ ମଧ୍ୟରେ ପ୍ରଥମେ ପରିଚୟ ପରେ ବନ୍ଧୁତା ଏବଂ ପ୍ରେମ ସଂପର୍କ  ଗଢ଼ି ଉଠିଥିଲା। ଶେଷରେ ବାହା ହୋଇ ଉଭୟେ କର୍ଣ୍ଣାଟକ ପଳାଇଥିଲେ। ଦୀପନ୍ତ ପ୍ରଥମରୁ ବିବାହିତ ବୋଲି ଜଣାପଡ଼ିଛି। କାମ କରିବାକୁ ଯାଇ ମଞ୍ଜୁଳା ଘର କୁ ନଫେରିବା ପରେ ପରିବାର ଖୋଜାଖୋଜି କରି କିଛି ସନ୍ଧାନ ନ ପାଇବା ପରେ ଗତ ଅକ୍ଟୋବର ମାସରେ ନିଖୋଜ ଥିବା ନେଇ ପୁଟାସିଂ ଥାନାରେ ଅଭିଯୋଗ କରିଥିଲେ। ୨୫ ତାରିଖରେ ଦଂପତି ମୃତ୍ୟୁବରଣ କରିଥିବା ବେଳେ  କର୍ଣ୍ଣାଟକ ପୁଲିସ ଦୁଇ ଦିନ ପରେ ମୃତଦେହ ଉଦ୍ଧାର କରି ପୁଟାସିଂ ଥାନା ଅଞ୍ଚଳ ରେଞ୍ଜିଙ୍ଗତାଲରେ ରହୁଥିବା ମଞ୍ଜୁଳାଙ୍କ ବାପା ଷ୍ଟିଫେନ ଓ ପରିବାର ଲୋକ, ଗ୍ରାମବାସୀ ଶବ ଫେରାଇ ଆଣିବା ପାଇଁ ପୁଲିସ ଓ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି।