ମାଲବାହୀ ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ରାୟଗଡା: ରାୟଗଡା ଷ୍ଟେସନର ୨ନଂ ପ୍ଲାଟଫର୍ମରେ  ସଂଧ୍ୟାରେ ଅଘଟଣ ଘଟିଛି। ଏକ ମାଲବାହୀ ଟ୍ରେନ୍ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ବୟସ ୩୦ରୁ ୩୫ ବୟସ ମଧ୍ୟରେ ହେବ। ରେଲୱେ ପୁଲିସ୍ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସଂଧ୍ୟା ୭ଟାରେ ଏହି ଘଟଣା ଘଟିଛି। ମାଲବାହୀ ଟ୍ରେନ୍ ବିଶାଖାପାଟଣାରୁ ଆସି ରାୟଗଡା ଷ୍ଟେସନ ଅତିକ୍ରମ କରୁଥିବା ବେଳେ ଯୁବକ ଜଣଙ୍କ ଟ୍ରେନ୍ ଆଗକୁ ଡେଇଁ ପଡିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସଂପର୍କରେ ମାଲବାହୀ ଟ୍ରେନ୍ ଡ୍ରାଇଭର୍ ଷ୍ଟେସନ କର୍ତୃପକ୍ଷ ଓ ରେଲୱେ ପୁଲିସକୁ ଅବଗତ କରିବା ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର