ରାୟଗଡା/ଗୁଣପୁର/ବିଷମକଟକ: ସାଢ଼େ ୪କୋଟି ଓଡ଼ିଆ ମୋ ପରିବାର। ଓଡ଼ିଶାର ବିକାଶ ପାଇଁ ମୋ ସରକାର ସଂକଳ୍ପବଦ୍ଧ। ଆଦିବାସୀଙ୍କ ବିକାଶକୁ ସର୍ବଦା ଗୁରୁତ୍ବ ଦେଇ ଆସିଛି। କିନ୍ତୁ ବିରୋଧୀ ଆଦିବାସୀଙ୍କ ବିକାଶ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆଦିବାସୀଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନା ବନ୍ଦ କରିବା ସହ ଛାତ୍ର ବୃତ୍ତି ଟଂକା ୨ବର୍ଷ ହେଲା ପ୍ରଦାନ କରି ନାହାନ୍ତି। ଚଳିତ ନିର୍ବାଚନରେ ବିରୋଧୀଙ୍କୁ ଉଚିତ୍ ଜବାବ ଦେବାର ସମୟ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡା, ବିଷମକଟକ, ଗୁଣପୁର ନିର୍ବାଚନୀ ସଭା ଓ ରୋଡ୍ ସୋ’ରେ ଯୋଗଦେଇ ଏହି ମତ ପ୍ରକାଶ କରିଛନ୍ତି।
ନିର୍ଧାରିତ କାର୍ଯ୍ୟକ୍ରମର ୪୫ ମିନିଟ୍ ବିଳମ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଣପୁରରେ ପହଞ୍ଚିଥିଲେ। ଗୁଣପୁର ମିନି ଷ୍ଟାଡିମରୁ ମୁଖ୍ୟମନ୍ତ୍ରୀ ଏକ ବାଇକ୍ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇ କୋରାପୁଟ ସାଂସଦ ପ୍ରାର୍ଥିନୀ କୌଶଲ୍ୟା ହିକକା ଓ ଗୁଣପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗଙ୍କୁ ବିଜୟୀ କରିବା ପାଇଁ ସମବେତ ଜନସାଧାରଣଙ୍କୁ ଆହ୍ବାନ୍ ଦେଇଥିଲେ। ରାୟଗଡା ଜିଲ୍ଲା ବିଜେଡି ସଂଯୋଜକ ସଂଜୟ ଦାସବର୍ମାଙ୍କ ଉପସ୍ଥିତିରେ ବିଜେପିର କାଳୀଦାସ ବାଙ୍ଗାରୀ, ତ୍ରିନାଥ ପଣ୍ଡା, ଲାଡି ଭେଙ୍କଟ ରାଓ, ଲକ୍ଷ୍ମୀ ନାରାୟଣ ପାଢ଼ୀ, କୁନି ମହାନ୍ତି, ସୁଷମା ତ୍ରିପାଠୀ, ଉଦୟ ଗମାଙ୍ଗ, କଂଗ୍ରେସର ତ୍ରିପତି ନିଶାଙ୍କ, ପୂର୍ବତନ ଜିଲ୍ଲା ପରିଷଦ ମାଥ୍ୟୁ ଦଳ ବେହେରା, ମାର୍ଗଶିର ଗମାଙ୍ଗ, ଦ୍ରୌପଦୀ ଗମାଙ୍ଗ ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ। ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସୁଧୀର ଦାସ, ବିଜେଡି ନେତା ଦେବୀ ପ୍ରସାଦ ଆଚାର୍ଯ୍ୟ, ଗଦାଧର ପଣ୍ଡା, ଜିଲ୍ଲା ଯୁବ ବିଜେଡି ସାଧାରଣ ସଂପାଦକ ବିଷ୍ଣୁ ପଣ୍ଡା, ଅଶ୍ବିନୀ ଗମାଙ୍ଗ, ଗୋଦାବରୀ ରାଉତ, ରାମମୂର୍ତି ଗମାଙ୍ଗ, ମୁନା ପାଣି, ପି. ସାଇକ୍ରିଷ୍ଣା, ଟୁକୁନା ରଥ, ପୂର୍ଣଚନ୍ଦ୍ର ବାଉରୀ, ବିଶ୍ବନାଥ ସାହୁ, ରିଙ୍କୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀ ବିଷମକଟକ ମାର୍କମା ମନ୍ଦିର ନିକଟ ହେଲିପ୍ୟାଡରେ ଓହ୍ଲାଇବା ପରେ ବିରାଟ ବାଇକ୍ ରାଲିରେ ସହର ପରିକ୍ରମା କରି ସଭାସ୍ଥଳରେ ପହଞ୍ଚିଥିଲେ। ବିଷମକଟକ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ସମେତ ସାଂସଦ ପ୍ରାର୍ଥିନୀ କୌଶଲ୍ୟା ହିକକାଙ୍କୁ ଜୟଯୁକ୍ତ କରିବା ପାଇଁ ନବୀନ ଭୋଟରଙ୍କୁ ନିବେଦନ କରିଥିଲେ। ସାଂସଦ ଝିନ୍ନ ହିକକା, ରାଜ୍ୟ ଯୁବ ବିଜେଡି ଉପସଭାପତି ପୃଥ୍ବୀରାଜ ସାହୁ, ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡୃକା, ଜିଲ୍ଲା ଯୁବ ବିଜେଡି ସଂପାଦକ ଡି. ଶିବ ପ୍ରସାଦ, ଦେବୀ ପଟ୍ଟନାୟକ, ପୂର୍ବତନ ବିଧାୟକ ସାରଙ୍ଗଧର କାଡ୍ରେକା, ବି. ତିରୁପତି, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଏସ୍. ବାବୁ ରାଓ, ପୂର୍ବତନ ସରପଞ୍ଚ ସୁବାସ ଚନ୍ଦ୍ର ବକ୍ସି, ସୀମାଦ୍ରି ପାତ୍ର, ଗୋପାଳକୃଷ୍ଣ ପଟ୍ଟନାୟକ, ତ୍ରିନାଥ ଗୌଡ, ବ୍ଲକ୍ ସଭାପତି ଭରତ ହିକାବାଡି, ବ୍ଲକ୍ ଅଧ୍ୟକ୍ଷା ବିଜୟ ଶାନ୍ତି କୁମୁରିକା, ରମେଶ ପାଲକା, ରତନଲାଲ୍ ଜୈନ୍, ଅଶ୍ବିନୀ ପାଲକା, ବିବି ପାଲକା ପ୍ରମୁଖ ଉପସ୍ଥିତ ଥିଲେ। ସାଢ଼େ ୧ଟାରେ ମୁଖ୍ୟମନ୍ତ୍ରୀ ଜେକେପୁରରୁ ରୋଡ ସୋ’ରେ ବାହାରି ସାଢ଼େ ୨ଟାରେ ଜିସିଡି ପଡିଆରେ ପହଞ୍ଚିଥିଲେ। ସାଂସଦ ପ୍ରାର୍ଥିନୀ କୌଶଲ୍ୟା ହିକକା, ବିଧାୟକ ପ୍ରାର୍ଥୀ ଲାଲ୍ ବିହାରୀ ହିମିରିକାଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ସାଂସଦ ଝିନ୍ନ ହିକକା, ବରିଷ୍ଠ ବିଜେଡି ନେତା ଅମୀୟ ସ୍ବାଇଁ, ଜିଲ୍ଲା ଯୁବ ବିଜେଡି ସଭାପତି ବିନାୟକ କର, ଚନ୍ଦ୍ରକାନ୍ତ ସାମଲ, ହେମନ୍ତ ନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ଅନୁସୂୟା ମାଝୀ, ଜଗଦୀଶ ପାତ୍ର, ଅବିନାଶ ବିଷୋୟୀ, ନଗର ବିଜେଡି ସଭାପତି ସତ୍ୟ ନାରାୟଣ ପାଢ଼ୀ, ସଂପାଦକ ସଂତୋଷ ରଥ, ମିଡିଆ ସେଲ୍ ଦେବାଶିଷ ଖାଡଙ୍ଗା, କମଳ ସାଉଁନ୍ତା, ସୁଜାତା ପାଳ, ମଂଜୁଶ୍ରୀ ମୁର୍ଖାଜୀ, ବ୍ଲକ୍ ଅଧ୍ୟକ୍ଷ ପେଦେଣ୍ଟି ରାମୁଲୁ ପ୍ରମୁଖ ଉପସ୍ଥିତ ଥିଲେ।
ରାୟଗଡା, ବିଷମକଟକ, ଗୁଣପୁରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା
‘ସାଢ଼େ ୪ କୋଟି ଓଡ଼ିଆ ମୋ ପରିବାର’
/sambad/media/post_attachments/wp-content/uploads/2019/04/raygada-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)