ରାଉରକେଲା: ବେସରକାରୀ ସଂସ୍ଥା କବ୍ଜାରେ ଥିବା ଛେଣ୍ଡ ଗୋପବନ୍ଧୁନଗର ସୋସିଆଲ ହୋମ୍କୁ ନିଜ ଦଖଲକୁ ନେଇଛି ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍ଡିଏ)। ପ୍ଲଟ ନଂ ୨୮୦/୪୦୬(ପି), ଖାତା ନଂ ୯ ଓ ରାଉରକେଲା ଟାଉନ୍ ୟୁନିଟ୍ ନଂ ୩ ସ୍ଥ ଗୋପବନ୍ଧୁନଗରରେ ଏହି ସୋସିଆଲ ହୋମ୍ ରହିଛି। ବର୍ଷ ବର୍ଷ ଧରି ଘରୋଇ ସଂସ୍ଥା ସୋସିଆଲ ହୋମ୍କୁ ନିଜ କବ୍ଜାରେ ରଖି ବେପାର କରୁଥିଲେ। ଆର୍ଡିଏ ସୋସିଆଲ ହୋମ୍ରୁ ଟଙ୍କାଟିଏ ରାଜସ୍ବ ପାଉ ନଥିଲା। ଗତ ୨୦୧୪-୧୫ରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ତଥା ଆର୍ଡିଏ ସଚିବ କେ. ସୂଦର୍ଶନ ଚକ୍ରବର୍ତ୍ତୀ ସୋସିଆଲ ହୋମ୍କୁ ନିଜ ଦଖଲକୁ ନେବାକୁ ଯାଇଥିଲେ। ଆର୍ଡିଏ ପକ୍ଷରୁ ଗେଟ୍ ତାଲା ମାରିବା ସମୟରେ ଘରୋଇ ସଂସ୍ଥା ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।
ଘରୋଇ ସଂସ୍ଥା ଆରଡିଏ ବିରୋଧରେ ହାଇକୋର୍ଟର ଆଶ୍ରୟ ନେଇଥିଲେ। ହାଇକୋର୍ଟ ରହିତାଦେଶ ଦେଇଥିଲେ। ସେବେଠାରୁ ସୋସିଆଲ ହୋମ୍ରେ ବିବାହ, ବ୍ରତଘର ଆଦି ଯେତେ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା, ତା’ର ରାଜସ୍ବ ଆର୍ଡିଏ ପାଣ୍ଠିକୁ ଆସୁନଥିଲା। ହାଇକୋର୍ଟ ମାମଲାର ବିଚାର କରି ଆର୍ଡିଏ ସପକ୍ଷରେ ରାୟ ଦେଇଛନ୍ତି। ସୋସିଆଲ ହୋମ୍କୁ ନିଜ ଦଖଲକୁ ନେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଆର୍ଡିଏର ବିଭାଗୀୟ ଅଧିକାରୀ ସୋସିଆଲ୍ ହୋମ୍ ପାଚେରୀ କୋର୍ଟ ନିର୍ଦ୍ଦେଶନାମା ମାରିଛନ୍ତି। ସୋସିଆଲ ହୋମ୍ ମୁଖ୍ୟ ଗେଟ୍କୁ ସିଲ୍ କରି ନିଜ ଦଖଲକୁ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/d9aeeeae-0b7d-4527-97fa-506f4f78c69c.jpg)