ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ପାତଳୀ କ୍ଷେତ୍ରକୁ ଗୁରୁବାର ଉତ୍ତରାଞ୍ଚଳ ଆର୍ଡିସି ନିରଞ୍ଜନ ସାହୁ ପରିଦର୍ଶନ କରିଥିଲେ। ସେ ଏହି କ୍ଷେତ୍ରର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ପାତାଳୀ କ୍ଷେତ୍ର ଟ୍ରଷ୍ଟର କର୍ମକର୍ତ୍ତାଙ୍କ ସହ ବି ଆଲୋଚନା କରିଥିଲେ। ଏ ଅବସରରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଉପଜିଲ୍ଲାପାଳ ଅଶୋକ ଭୋଇ, ବିଡିଓ ହେମସାଗର ଭୋଇ, ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାୟକ ଉପସ୍ଥିତଥିଲେ। ଟ୍ରଷ୍ଟର ସଭାପତି ଉତ୍ତର ପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସହଦେବ ସାହୁ, ଜଗଦୀଶ କର୍ଣ ସମେତ ସମସ୍ତ ସଭ୍ୟ ଆଲୋଚନାରେ ଭାଗ ନେଇଥିଲେ।
ପାତଳୀ କ୍ଷେତ୍ର ଉନ୍ନୟନ କାମର ସମୀକ୍ଷା କଲେ ଆର୍ଡିସି
/sambad/media/post_attachments/wp-content/uploads/2020/12/c58ad9dd-4cc5-421e-84ed-1fcca55042dc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)