ଆରଡିଏସ୍ ଡିଗ୍ରି କଲେଜର କାର୍ଯ୍ୟକ୍ରମ ଅଧିକାରୀ ଦିଲ୍ଲୀପ କୁମାର ପ୍ରମାଣିକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଉଦଳା-୧: ଜାତୀୟ ସେବା ଯୋଜନା ଦିବସ ଅବସରରେ ଉଦଳା କୁଣ୍ଡାବାଇସ୍ଥିତ ଆରଡିଏସ୍ ଡିଗ୍ରି କଲେଜର ବାଳକ ବିଭାଗ ଓ କାର୍ଯ୍ୟକ୍ରମ ଅଧିକାରୀ ଦିଲ୍ଲୀପ କୁମାର ପ୍ରମାଣିକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ଏହି ଭବ୍ୟ ସମାରୋହରେ କଲେଜ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ଗିରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କଠାରୁ ଜାତୀୟ ସେବା ଯୋଜନା ୨୦୨୧-୨୨ ପାଇଁ ଜାତୀୟ ଶ୍ରେଷ୍ଠ ବିଭାଗ ଟ୍ରଫି ସହିତ ପୁରସ୍କାର ସ୍ୱରୁପ ୨ ଲକ୍ଷ ଟଙ୍କା ଅର୍ଥରାଶି ଗ୍ରହଣ କରିଛନ୍ତି। ସେହିପରି ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀ ପ୍ରମାଣିକ ଶ୍ରେଷ୍ଠ ଏନଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଭାବେ ରୌପ୍ୟ ପଦକ, ମାନପତ୍ର ଏବଂ ପୁରସ୍କାର ସ୍ୱରୁପ ଦେଢଲକ୍ଷ ଟଙ୍କା ଅର୍ଥରାଶି ପ୍ରାପ୍ତ କରିଛନ୍ତି। ଏହି ସଫଳତା ପାଇଁ ଉଭୟ ରାଜ୍ୟ ଏନଏସ୍ଏସ୍ ବିଭାଗ, ସମସ୍ତ ସ୍ୱେଚ୍ଛାସେବୀ, କଲେଜ କର୍ମଚାରୀଗଣ, ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ସମସ୍ତ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ; ଅଧ୍ୟକ୍ଷ ଡ. ଗିରିଙ୍କ ମାର୍ଗଦର୍ଶନରେ ଶ୍ରୀ ପ୍ରମାଣିକ କଲେଜ ନିକଟସ୍ଥ ଗ୍ରାମଗୁଡିକରେ ବିଭିନ୍ନ ଜନହିତକର କାର୍ଯ୍ୟ କରିବା ସହିତ ଶିମିଳିପାଳ ଜୈବ ବିବିଧତା, ମୁକ୍ତ କମ୍ପ୍ୟୁଟର୍ ପ୍ରଶିକ୍ଷଣ, ନିଶା ନିବାରଣ ଓ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ସଚେତନତା, ସ୍ୱଚ୍ଛ ଭାରତ, ଅନ୍ଧବିଶ୍ୱାସ ଦୂରୀକରଣ ପରି ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ସହିତ ବିଭିନ୍ନ ସମୟରେ ସ୍ୱେଚ୍ଛାସେବୀଙ୍କୁ ନେଇ ରାଜ୍ୟ ବାହାରେ ଓଡ଼ିଶାର ପ୍ରତିନିଧିତ୍ୱ କରିଛନ୍ତି।

ସମ୍ବନ୍ଧିତ ଖବର