ବଞ୍ଚି ରହିଛି ଗୁରୁଙ୍କ ପ୍ରତି ଶିଷ୍ୟର ସେବା, କାନ୍ଧ ଭାରରେ ବୋହି ଗୁରୁଙ୍କୁ ଯାତ୍ରା କରାଇଲେ ଶିଷ୍ୟ

ଉମରକୋଟ: ଆଧୁନିକ ଯୁଗରେ ବି ବଞ୍ଚି ରହିଛି ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଆସ୍ଥା ବିଶ୍ୱାସ ଓ ନିବିଡ ସମ୍ପର୍କ। ଗୁରୁଙ୍କ ପ୍ରତି ଶିଷ୍ୟର ଭକ୍ତି ଓ ସେବାର ଅତି ପୁରାତନ ପରମ୍ପରା। ଗୁରୁଙ୍କୁ ସେବା କରି ହାରି ଯାଉନି ଶିଷ୍ୟ। ଏମିତି କିଛି ନିଆରା ଭକ୍ତିର ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ରାଜରାସ୍ତାରେ। ଅଲେଖ ମହିମା ଧର୍ମାବଲମ୍ବୀ ଗୁରୁଙ୍କ ପ୍ରତି ଶିଷ୍ୟର ସେବାର ଚିତ୍ର ଅନେକ ଥର ଦେଖିବାକୁ ମିଳିଛି। ଏହି ଧର୍ମବଲମ୍ବୀ ଭକ୍ତ ଓ ଗୁରୁଙ୍କ ମଧ୍ୟରେ ଥିବା ସମ୍ପର୍କ ବର୍ତ୍ତମାନର ସମାଜ ପାଇଁ ଶିକ୍ଷା, ସଚେତନତା ସହ ଏକ ଉଦାହରଣ ପାଲଟିଛି।

ସୂଚନା ଅନୁଯାୟୀ,  ଅଲେଖ ଧର୍ମର ଧନୁର୍ଯୟ ବାବା ହେଲେ ବକଳ ଧାରୀ ବାବା। ଅଲେଖ ଧର୍ମର ନିୟମ ଅନୁସାରେ ବକଳ ଧାରୀ ବାବା କୌଣସି ଯାନବାହନରେ ଯାତାୟତ କରନ୍ତି ନାହିଁ। ପୂଜା ପାଠରେ ସୂର୍ଯ୍ୟ ଉଦୟ ଓ ଅସ୍ତକୁ ସେମାନେ ବିଶେଷ ଗୁରୁତ୍ୱ ଦେଇଥାନ୍ତି। ଅଲେଖ ଧର୍ମର ମୁଖ୍ୟ ପୂଜା ପୀଠ ଢେଙ୍କାନାଳର ଯୋରନ୍ଦା ଉମରକୋଟ ଠାରୁ ୬୦୦ କିଲୋମିଟରରେ ରହିଛି ସେଠାକୁ ଯିବାକୁ ହେଲେ ମଧ୍ୟ ସେମାନେ କୌଣସି ଗାଡ଼ିରେ ଯାନ୍ତିନାହିଁ। ବାବାଙ୍କ ଶିଷ୍ୟମାନେ କାନ୍ଧରେ ଭାରରେ ବୋହି ନେଇଥାନ୍ତି। ପୋଡ଼ାଗଡ଼ରେ ଅଲେଖ ବାବାଙ୍କ ଏକ ପୀଠ ରହିଛି। ସେହିଠାରୁ ବାବା ଉମରକୋଟ ସ୍ଥିତ ଅଲେଖ ମହିମା ଗାଦିକୁ ଅସିବା ପାଇଁ ଯାନବାହନର ବ୍ୟବହାର କରନ୍ତି ନାହିଁ।

Sambad

ତେଣୁ ବାବାଙ୍କ ତିନି ଭକ୍ତ ତାଙ୍କୁ ଦୀର୍ଘ ୨୬ କିଲୋମିଟର ଏକ ହାତ ଟଣ। ରିକ୍ସାରେ ବସାଇ ଟାଣି ଟାଣି ଉମରକୋଟରେ ପହଞ୍ଚାଇଥିଲେ। ଆଧୁନିକ ପିଲା ମାନେ ବିନା ଜୋତାରେ ବାହାରକୁ ବାହାରନ୍ତି ନାହିଁ। କିନ୍ତୁ ଧନୁର୍ଯୟ ବାବାଙ୍କ ଏହି ୧୨ ବର୍ଷ ଓ ୧୬ ବର୍ଷ ୨୦ ବର୍ଷର ତିନିଜଣ ଶିଷ୍ୟ ବିନା ଚପଲରେ ଖାଲି ପାଦରେ ରାସ୍ତାର ସମସ୍ତ କଷ୍ଟ ସହି ରିକ୍ସା ଟାଣି ଟାଣି ଉମରକୋଟ ସ୍ଥିତ ଅଲେଖ ମହିମା ଗାଦିକୁ ଆଣିଛନ୍ତି। ଏହାକୁ ଲୋକେ ବି ସେହି ପୁରୁଣା ଯୁଗର ଗୁରୁ ଶିଷ୍ୟଙ୍କ କଥା ମନ ପକାଇବା ସହ ପୁରାତନ ଯୁଗର ଗୁରୁ ଶିଷ୍ୟ ଓ ଆଧୁନିକ ଯୁଗ ଗୁରୁ ଶିଷ୍ୟଙ୍କ ସମ୍ପର୍କକୁ ତୁଳନା କରିଛନ୍ତି। ବର୍ତ୍ତମାନ ଯୁଗରେ ସେହି ଅସଭ୍ୟ ଭାବ ନେଇ ଘୁରି ବୁଲୁଥିବା କିଛି ଲୋକଙ୍କୁ ଉଚିତ ମାର୍ଗରେ ଆସିବାକୁ ବାଧ୍ୟ କରିବ ଓ ଏହା ଦ୍ବାରା ସମାଜରେ କିଛିଟା ସଚେତନା ବାର୍ତ୍ତା ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ସତରେ ଏହା ଦେଖିଲେ ମନ ହୁଏ ଆଜି ବି ଗୁରୁଙ୍କ ପ୍ରତି ଶିଷ୍ୟର ସେବା ମନ ଭାବ।

ସମ୍ବନ୍ଧିତ ଖବର