ଯାଜପୁରଟାଉନ : ମାତ୍ର ଗୋଟିଏ ମିନିଟରେ ୧୭ ଶ୍ଳୋକ ଗାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଦଶବର୍ଷର ଝିଅ ଆଦ୍ୟାଜ୍ୟୋତି ଦାଶ। ସର୍ବଭାରତୀୟସ୍ତରରେ ପ୍ରଥମ ହୋଇଛନ୍ତି ସେ। ଯାଜପୁର ବିବିସରାଇ ଗ୍ରାମର ଆଦିତ୍ୟ କୁମାର ଦାଶଙ୍କ ଝିଅ ଆଦ୍ୟାଜ୍ୟୋତି ସ୍ଥାନୀୟ ଡିଏଭି ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ରୀ। ଗୋଟିଏ ମିନିଟରେ ଶ୍ରୀମଦ୍ ଭଗବତ ଗୀତାର ୧୭ଟି ଶ୍ଳୋକ ଗାଇ ସର୍ବଭାରତୀୟସ୍ତରରେସେ ପ୍ରଥମ ହୋଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।
ସେ ଗୀତା, ଭାଗବତ, ରାମାୟଣ ଓ ରାମଚରିତ ମାନସ ଆଦି ଚମତ୍କାର ଭାବେ ଗାନ କରିପାରୁଛନ୍ତି। ଆଦ୍ୟା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଚନ ଦେଇଛନ୍ତି। ତାଙ୍କର ଏ ଦକ୍ଷତା ଶ୍ରୋତାମାନଙ୍କୁ ଚମତ୍କୃତ କରିଥାଏ । ଇଣ୍ଟରନେଟ୍ରୁ ସର୍ବଭାରତୀୟସ୍ତରରେ ଗୀତା ପ୍ରତିଯୋଗିତା ସଂପର୍କରେ ଜାଣି ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡକୁ ଗତ ଡିସେମ୍ବର ମାସରେ ପ୍ରତିଯୋଗିତା ପାଇଁ ଆବେଦନ କରିଥିଲେ। ଗୀତାର ଦ୍ବାଦଶ ଅଧ୍ୟାୟ ଭକ୍ତି ଯୋଗର ପ୍ରଥମରୁ ୧୭ଟି ଶ୍ଳୋକ ୧ମିନିଟିରେ ସେ ଗାନ କରିଥିଲେ। ଏଥିରେ ପ୍ରଥମ ହୋଇ ରାଜ୍ୟ ତଥା ଭାରତରେ ଗୌରବ ଆଣିଛନ୍ତ। ଗତ ବର୍ଷ ବ୍ରହ୍ମପୁରର ଜଣେ ନାବାଳକ ୧ ମିନିଟିରେ ୧୩ଟି ଶ୍ଳୋକ ଗାଇ ପ୍ରଥମ ହୋଇଥିଲେ।ଆଦ୍ୟା ଚଳିତ ବର୍ଷ ୧୭ ଟି ଶ୍ଳୋକ ଗାଇ ଏହି ରେକର୍ଡକୁ ଭାଙ୍ଗିଛନ୍ତି। ସେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କର ଚରଣାଶ୍ରିତ ହୋଇ ନିଜ ଜେଜେବାପା ସ୍ବର୍ଗତ ଅକ୍ଷୟ କୁମାର ଦାଶଙ୍କ ପ୍ରେରଣାରେ ଗୀତା ଓ ଭାଗବତ ପାଠ ଆରମ୍ଭ କରିଥିଲେ। ବଡ଼ବାପା ଅଦୈତ କୁମାର ଦାଶଙ୍କ ପ୍ରେରଣାରେ ସେ ଏହି ପ୍ରତିଯୋଗିତାରେ ଭାଗନେଇଥିଲେ। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ସ୍ବାଗତ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/WhatsApp-Image-2021-03-19-at-21.36.36.jpeg)