ବାଲେଶ୍ବର: କୋଭିଡ୍ ସଂକ୍ରମିତ ହୋଇ ଭୁବନେଶ୍ବରସ୍ଥିତ ଆମ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବାଲେଶ୍ବର ସଦରର ପୂର୍ବତନ ବିଧାୟକ ତଥା ବରିଷ୍ଠ ଶ୍ରମିକ ନେତା ଅରୁଣ ଦେଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି।
ଗତ ସପ୍ତାହରେ ତାଙ୍କୁ ଥଣ୍ଡାଜ୍ବର ହୋଇଥିଲା। ନିଃଶ୍ବାସପ୍ରଶ୍ବାସରେ କଷ୍ଟ ଅନୁଭବ କରିବା ପରେ ଗତ ୯ତାରିଖରେ ତାଙ୍କର କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିଲା। ତୁରନ୍ତ ତାଙ୍କୁ ଆମ୍ରି ହସ୍ପିଟାଲ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତକାଲି ସେ ଆଇସିୟୁରୁ ବାହାରି କୋଭିଡ ୱାର୍ଡର ସ୍ବତନ୍ତ୍ର ବେଡ୍ରେ ରହି ଚିକିତ୍ସା ହେଉଛନ୍ତି। ବାଲେଶ୍ବରର ବିଭିନ୍ନ ସଂଗଠନ ତଥା ଅରୁଣଙ୍କ ଶୁଭେଚ୍ଛୁ ଓ ସମର୍ଥକଙ୍କ ମହଲରୁ ତାଙ୍କର ଆଶୁଆରୋଗ୍ୟ କାମନା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Untitled-1-10.jpg)