ପ୍ଲାଷ୍ଟିକ ବୋରା ଗୋଦାମରୁ ୧୬ଜଣ ଶିଶୁ ଶ୍ରମିକ ଉଦ୍ଧାର : ଗୋଦାମ ମାଲିକ ଥାନାରେ ଅଟକ 

ରାଉରକେଲା : ହାତିବାରୀ ବୈଦନାଥପୁର ଗାଁରେ ଥିବା ଏକ ପ୍ଲାଷ୍ଟିକ ବୋରା ଗୋଦାମରୁ ପୁଲିସ ଓ ଚାଇଲଡ ଲାଇନ ଟିମ ୧୬ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ୧୪ଜଣ ସ୍କୁଲ ଛାତ୍ରୀ ଓ ଦୁଇଜଣ ଛାତ୍ର ଅଛନ୍ତିl ଶିଶୁ ମଙ୍ଗଳ କମିଟି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବୀରମିତ୍ର ପୁଲିସକୁ ଜିମା ଦେଇଛି l ଗୋଦାମ ମାଲିକ ସ୍କୁଲ ଶିକ୍ଷକ ଗଣେଶ ଯାଦବଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି l

ପିଲାମାନକୁ ଅଟକ ରଖା ଯାଇଥିବାରୁ ଅଭିଭାବକମାନେ ବୀରମିତ୍ରପୁର ଥାନାରେ ପହଞ୍ଚି ପାଟିତୁଣ୍ଡ କରିବାରୁ ଉତ୍ତେଜନା ଦେଖା ଦେଇଛି।

ମିଳିଥିବା ସୂଚନା ମୁତାବକ ହାତିବାରୀ ବୈଦନାଥପୁର ଗାଁରେ ସ୍କୁଲ ଶିକ୍ଷକ ଗଣେଶଙ୍କର ଏକ ପ୍ଲାଷ୍ଟିକ ବୋରା ଗୋଦାମ ରହିଛି l କରୋନା କଟକଣା ପାଇଁ ସ୍କୁଲ ବନ୍ଦ ଥିବାରୁ ଶିକ୍ଷକ ଗଣେଶ ପିଲାମାନଙ୍କୁ ଗୋଦାମରେ ବୁରା ସିଲେଇ କାମ କରାଉ ଥିଲେ l ଗାଁ ଲୋକ ସ୍କୁଲ ପିଲାମାନେ କାମ କରୁଥିବା ଦେଖି ଚାଇଲଡ ଲାଇନକୁ ସୂଚନା ଦେଇଥିଲେ l
ଚାଇଲଡ ଲାଇନର ଅଧିକାରୀ ଏ ସଂକ୍ରାନ୍ତରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି,ବୀରମିତ୍ର ପୁଲିସକୁ ଜଣାଇ ଥିଲେ l ପରେ ପୁଲିସ ଓ ଚାଇଲଡ ଲାଇନ ଟିମ ଗୋଦାମରେ ଚଢ଼ଉ କରି କାମ କରୁଥିବା ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି।

ସମ୍ବନ୍ଧିତ ଖବର