ଜୟପୁର: ବୋରିଗୁମ୍ମା ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ ୨୬ର ହେବ ପ୍ରଶସ୍ତିକରଣ ଓ ନବିକରଣ। ଏଥିପାଇଁ ଏହାରି ମଧ୍ୟରେ ଟେଣ୍ଡର ସରିଛି। ଟେଣ୍ଡର ନେଇଥିବା ରାଜଲକ୍ଷ୍ମୀ କଂପାନୀ ଏହାରି ମଧ୍ୟରେ ଏହି ଉନ୍ନୟନ କାମ ପାଇଁ ୫୧କୋଟି ଟଙ୍କାରେ ଜାତୀୟ ରାଜପଥ ବିଭାଗ ସହ ଚୁକ୍ତିନାମା କରିଛି। ସଂପ୍ରତି ଠିକା କଂପାନୀ କିଭଳି ରାସ୍ତା କାମ କରାଯିବ ସେ ନେଇ ରାସ୍ତାର ସର୍ଭେ କାମ ଆରମ୍ଭ କରିବା ସହ ଡିଜାଇନ୍ ପ୍ରସ୍ତୁତିରେ ଲାଗିଛି।
ଅନ୍ୟ ପକ୍ଷରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ବିଭାଗର ଜମି କେତେ ପରିମାଣର ରହିଛି , ରାସ୍ତାରେ କେତେ ଗଛ କଟାଯିବ, ବିଦ୍ୟୁତ ଖୁଣ୍ଟ ଘୁଛିଂବ ଆଦିର ବି ତାଲିକା ପ୍ରସ୍ତୁତି ଜାରୀ ରହିଛି। ଆସନ୍ତା ଡିସେମ୍ବର ମାସରେ ଏହି ରାସ୍ତାର କାମ ପାଇଁ ଠିକା କଂପାନୀକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ବିଭାଗର ଏସଡିଓ ବିନୋଦ କୁମାର ବଗର୍ତ୍ତୀ। ସଂପ୍ରତି ଠିକାକଂପାନୀ ପକ୍ଷରୁ ଠିକା କଂପାନୀର ଇଂଜିନିୟର ଓ ବିଭାଗୀୟ ଇଂଜନିୟରଙ୍କ ଉପସ୍ଥିତିରେ ରାସ୍ତାର ଡିଜାଇନ ପାଇଁ ସର୍ଭେ ଜାରୀ ରହିଛି ବୋଲି କହିଛନ୍ତି ଏସଡିଓ ବଗର୍ତ୍ତୀ।
୨୭ପ୍ରତିଶତ କମରେ ଠିକାକଂପାନୀ ୫୧କୋଟିରେ ଏହି ରାସ୍ତା ନିର୍ମାଣ କାମ ନେଇଛି ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ବାରିଣୀପୁଟରୁ ବୋରିଗୁମ୍ମା ଜାତୀୟ ରାଜପଥ ପ୍ରଶସ୍ତିକରଣ କାମ ଜୋର ଧରିଥିବା ବେଳେ ଏହି ମାସରେ ବାରିଣୀପୁଟରୁ ଜୟପୁର ପର୍ଯ୍ୟନ୍ତ କାମ ଶେଷ ହେବ। ଡିସେମ୍ବର ପ୍ରଥମ ସପ୍ତାହରୁ ଜୟପୁର ଲକ୍ଷ୍ମୀପଣ୍ଡାଛକରୁ ଉମୁରୀ ପର୍ଯ୍ୟନ୍ତ ସବୁ କାମ ଶେଷ କରାଯିବ ବୋଲି କହିଛନ୍ତି ଏସଡିଓ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/jpr-nh-26-survey-3.jpg)