ଜୁନିୟର ରେଡକ୍ରସ ସୋସାଇଟିର ୫ ଦିବସୀୟ ତାଲିମ ଶିବିର ଉଦଯାପିତ

ଜୟପୁର:  କୋରାପୁଟ ଜିଲ୍ଲା ଜୁନିୟର ରେଡକ୍ରସ ସୋସାଇଟି କୋରାପୁଟ ଓ ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ମିଳିତ ଅନୁକୁଲ୍ୟରେ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପଂଚ ଦିବସୀୟ ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି। ଜିଲ୍ଲା ଶାରିରୀକ ଶିକ୍ଷା ପରିଦର୍ଶକ ତଥା ଜୁନିୟର ରେଡକ୍ରସ ଜିଲ୍ଲା ସଂପାଦକ ବିପ୍ରଚରଣ ପଣ୍ଡା ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଆକାଶବାଣୀ ଜୟପୁର କେନ୍ଦ୍ରର କେନ୍ଦ୍ର ନିର୍ଦେଶକ ଗୌରଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ରେଡକ୍ରସର ଲକ୍ଷ୍ୟ, ଉଦେଶ୍ୟ ସହ ଦୈନନ୍ଦିନ ଜୀବନରେ ନିଜ ପରିବାର ସହିତ ସମାଜରେ କିଭଳି ବ୍ୟବହା କରିବେ ସେ ସଂପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା ସ୍ବାଗତ ଭାଷଣ ଦେବା ସହଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Sambad

ପରାମର୍ଶଦାତାଙ୍କ ଦ୍ବାରା ପ୍ରସ୍ତୁତ ଏକ କାନ୍ଥ ପ୍ରାଚୀରକୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ। ‌ଏହି ଅବସରରେ ଶ୍ରେଷ୍ଟ ପରାମର୍ଶଦାତା ଭାବେ ବିଜୟ ଲକ୍ଷ୍ମୀ ସ୍ବାଇଁ, ପ୍ରଦୀପ କୁମାର ପଣ୍ଡା, ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ରଂଜିତ କୁମାର ସେଠୀ, ସୁକାନ୍ତ ଦେଉରୀ, ବିଷ୍ଣୁପ୍ରିୟା ନାୟକ, ଭାନୁମତି ଖରାଙ୍କୁ ପୁରସ୍କୃତ କରାଯାଇଥିଲା। ୫ଦିନିଆ ଶିବିରରେ ସଧାନକର୍ମୀ ଭାବେ ରାଧାଶ୍ୟାମ ସାହୁ, ଶୁଭସ୍ମିତା ସାହୁ, ଜ୍ୟୋତି ରଂଜନ ନନ୍ଦ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ। ଜିଲ୍ଲା ଶିକ୍ଷାଅଧିକାରୀ ରାମଚନ୍ଦ୍ର ନାହାକ, ସଂପାଦକ ବିପ୍ରଚରଣ ପଣ୍ଡା, ପ୍ରଧାନଶିକ୍ଷକ ଦିଲ୍ଲୀପ ପଣ୍ଡା, ଜିଲ୍ଲା ସଂପାଦକ ଯଜ୍ଞେଶ୍ବର ପଣ୍ଡାଏହି ଶିବିରକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର