୬୪ଟି ବେଆଇନ କଳାପଥର ଖାଦାନରେ ଲାଗିବ ନାଲି ପତାକା

ପ୍ରଥମ ପର୍ଯ୍ୟାୟରେ ୨୧ଟି ଖାଦାନରେ ଲାଗିଲା ପତାକା, ଖାଦାନ ନଯିବା ପାଇଁ ପ୍ରଚାର

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ତହସିଲ ଅଂଚଳରେ ଥିବା ବେଆଇନ୍‌ ୬୪ଟି କଳାପଥର ଖାଦାନରେ ୧୪୪ ଧାରା ଲାଗିବ। ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ତହସିଲ, ବନବିଭାଗ ଓ ପୁଲିସ ପ୍ରଥମ ପର୍ଯ୍ୟାୟରେ ଭୂଆଶୁଣୀ ଫଚାୟତ ଚାକଦର ଗ୍ରାମ ନିକଟରେ ଥିବା ୧୪ ଖାଦାନ, ବଡଗାଁ ଫଚାୟତ କିର୍ପାଧୂମା ଗ୍ରାମ ପାଖରେ ଥିବା ୭ଟି ବେଆଇନ୍‌ କଳାପଥର ଖାଦାନରେ ଲେଖାଇଛନ୍ତି ୧୪୪ ଧାରା।

କେହି ପାଖକୁ ନଯିବା ପାଇଁ ନାଲି ପତାକା ପୋତା ଯିବା ସହିତ ମାଇକ ଦ୍ଵାରା ପ୍ରଚାର କରାଯାଇଛି। ବାକି ଥିବା ୪୩ ଟି ଖାଦାନରେ ନାଲି ପତାକା ଲାଗିବ ବୋଲି ତହସିଲଦାର ଅଭିମନ୍ୟୁ ପଣ୍ଡା କହିଛନ୍ତି। ବିଭିନ୍ନ ସମୟରେ ଏ ନେଇ ଗଣମାଧ୍ୟମରେ ଖବର ବାହାରିଲା ପରେ ପ୍ରଶାସନର ଚେତା ପଶିଛି।

ଏହି ଖାଦାନମାନଙ୍କରୁ ସରକାର ରାଜସ୍ୱ ହରାଉଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାଙ୍ଗିରିପୋଷି ତହସିଲ ଅଭିମନ୍ୟୁ ପଣ୍ଡା, ରେଞ୍ଜର ତପନ କୁମାର ଦାସ, ଥାନା ଅଧିକାରୀ ଚନ୍ଦନ କୁମାର ଘଡେଇଙ୍କ ସହିତ ତିନି ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର