ଅତିଥି ଅଧ୍ୟାପକଙ୍କ ଦୟାରେ ଚାଳିଛି ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ 

୫ ବର୍ଷ ହେବ ଯୁକ୍ତ ୨ ବିଜ୍ଞାନରେ ଜଣେ ବି ନିୟମିତ ଅଧ୍ୟାପକ ନାହାନ୍ତି

ଜୟପୁର: ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ ସହରର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ହୋଇଥିଲେ ହିଁ କ୍ରମାଗତ ଅଧାରୁ ଅଧିକ ନିୟମିତ ଅଧ୍ୟାପକ ଓ କର୍ମଚାରୀଙ୍କ ପଦବୀ ଖାଲି ପଡ଼ିଛି। ସରକାର ଅତିଥି ଅଧ୍ୟାପକଙ୍କୁ ନେଇ ପାଠ ପଢ଼େଇବା ପାଇଁ ସମସ୍ତ ମହାବିଦ୍ୟାଳୟକୁ ନିର୍ଦେଶ ଦେଇଛନ୍ତି। ଅତିଥି ଅଧ୍ୟାପକଙ୍କ ଦୟାରେ ହିଁ ଏବେ ଏହି ଶିକ୍ଷାନୁଷ୍ଠାନଟି ଚାଳିଛି।

ଅନ୍ୟ ପକ୍ଷରେ ଆବଶ୍ୟକ ପାଣ୍ଠି ନିୟମିତ ବ୍ୟବଧାନରେ ଉପଲବ୍ଧ କରାଉ ନ ଥିବାରୁ ଅତିଥି ଅଧ୍ୟାପକମାନେ କାମ କରି ନିଜ ପ୍ରତ୍ସାହନ ରାଶି ଠିକଣା ସମୟରେ ନ ପାଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସରକାର ବି ନୂଆ କଲେଜ ଖୋଲି ବାହାବା ନେଉଛନ୍ତି ସତ କିନ୍ତୁ ଏହି କଲେଜ ଚାଳିବା ପାଇଁ ଆବଶ୍ୟକ ପଡ଼ୁଥିବା ଭିତ୍ତିଭୁମି ଏବଂ ଆବଶ୍ୟକ ସଂଖ୍ୟକ କର୍ମଚାରୀ, ଅଧ୍ୟାପକ ନିଯୁକ୍ତି କଥା ଭୁଲି ଯାଉଛନ୍ତି। ଗତ ୫ବର୍ଷ ତଳେ ସରକାରୀ ମହିଳା ମହାବିଦ୍ୟାଳୟରେ ଜୁନିୟର ବିଜ୍ଞାନ କଲେଜ ଖୋଲିଥିବା ବେଳେ ଏବେ ପର୍ଯ୍ୟନ୍ତ ଜଣେ ବି ନିୟମିତ ଅଧ୍ୟାପକ ନିଯୁକ୍ତି ମିଳିନି ଏବଂ ଫଳରେ ଅତିଥି ଅଧ୍ୟାପକଙ୍କ ଦୟାରେ ଚାଳିଛି। ପରୋକ୍ଷରେ ଏହା ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଅନ୍ତରାୟ ସୃଷ୍ଟି କରୁଛି।


ସୂଚନାଯୋଗ୍ୟ, ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ +୩ ସ୍ତରରେ ୧୮ଟି ମଞ୍ଜୁରିପ୍ରାପ୍ତ ଅଧ୍ୟାପକ/ଅଧ୍ୟାପିକା ପଦବୀ ଥିଲେ ମଧ୍ୟ ଏଥିରୁ ଅଧାରୁ ଅଧିକ ଅର୍ଥାତ ୧୧ଟି ପଦବୀ ଖାଲି ପଡ଼ିଛି । କେବଳ ୭ଜଣ ଅଧ୍ୟାପକ/ଅଧ୍ୟାପିକାଙ୍କୁ ନେଇ ଶିକ୍ଷାଦାନ ପ୍ରକ୍ରିୟା ଜାରି ରହିଛି । +୨ ସ୍ତରରେ ୧୪ଟି ମଞ୍ଜୁରିପ୍ରାପ୍ତ ଅଧ୍ୟାପକ/ଅଧ୍ୟାପିକା ପଦବୀ ଥିଲେ ହିଁ ଏଥିରୁ ୮ଟି ପଦବୀ ଖାଲି ରହିଛି ।

ମହାବିଦ୍ୟାଳୟରେ ଅଣଶିକ୍ଷକ କର୍ମଚାରୀଙ୍କ ମଞ୍ଜୁରିପ୍ରାପ୍ତ ପଦବୀ ସଂଖ୍ୟା ୧୧ ରହିଥିଲାବେଳେ ୫ଟି ପଦବୀ ଖାଲି ପଡ଼ିଛି। ଜୟପୁର ସହର, ବ୍ଲକ ସହ ଉପଖଣ୍ଡର ମେଧାବୀ ଓ ଆଦିବାସୀ ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇ ଏହି ମହାବିଦ୍ୟାଳୟଟି ସ୍ଥାପନ କରାଯାଇଥିଲା। ଦୀର୍ଘ ୩୧ବର୍ଷ ପରେ ବି ବିଭିନ୍ନ ସମସ୍ୟା ଲାଗି ରହିଛି। ୧୯୭୯ମସିହାରେ ସ୍ଥାନୀୟ ପୌରପାଳିକା ଉଚ୍ଚ ବିଦ୍ୟାଳୟ ନମ୍ବର -୧ର କେତୋଟି କଠୋରୀକୁ ନେଇ ଏହି ମହାବିଦ୍ୟାଳ ଯୁକ୍ତ ୨ କଳା ପାଠ୍ୟକ୍ରମକୁ ନେଇ ଆରମ୍ଭ ହୋଇଥିଲା। ୧୯୮୧ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧିନରେ ଯୁକ୍ତ ତିନି କଳା ଖୋଲାଯାଇଥିଲା। ୧୯୮୩ମସିହାରେ ଏହି କଲେଜଟି ସରକାରୀ ମାନ୍ୟତା ପାଇଥିଲା।

୧୯୯୯ମସିହାରେ କଲେଜ ଭିଜିଲାନସ କାର୍ଯ୍ୟାଳୟ ସମ୍ମୁଖର ନୂଆ କୋଠାକୁ ସ୍ଥାନାନ୍ତର ହୋଇଥିଲା। ସହରର ବହୁ ବଦ୍ୟାନ୍ୟ ବ୍ୟକ୍ତି , ଲୋକପ୍ରତିନିଧି ଓ କେତେଜଣ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଶିକ୍ଷାବିତଙ୍କ ଅକ୍ଲାନ୍ତ ଉଦ୍ୟମରେ ଏହି ମହାବିଦ୍ୟାଳୟଟି ଧୀରେ ଧୀରେ ଆଗେଇ ଚାଲିଥିଲା ଗତ ୨୦୧୫ରେ ଯୁକ୍ତ ୨ବିଞାନ ବି ଖୋଲିଛି। ସଂପ୍ରତି ଯୁକ୍ତ ୨ରେ ୮୯୬ ଓ ଯୁକ୍ତ ୩ରେ ୭୬୮ଛାତ୍ରୀ ପଡୁଛନ୍ତି। ଧିରେ ଧିରେ ଏଠାରେ ଏଜୁକେସନ, ଇକୋନମିକ୍ସ, ଇତିହାସ, ରାଜନିତୀ ବିଞାନ ସମ୍ମାନରେ ୩୨ଟି ଲେଖାଏଁ, ଗୃହ ବିଞାନରେ ୪୮ଟି, ଇଂରାଜୀରେ ୧୬ଓ ଓଡିଆରେ ୨୨ଟି ସମ୍ମାନ ସିଟ୍ ରହିଛି।

ସେଭଳି ଯୁକ୍ତ୨ ଓ ଯୁକ୍ତ ୩ରେ ୧୯ଜଣ ଅତିଥି ଅଧ୍ୟାପକ ଛାତ୍ରୀ ମାନଙ୍କୁ ପଡାଉଛନ୍ତି। ଏଠାକାର କ୍ରୀଡା ପ୍ରଶିକ୍ଷକଓ ଜୁନିୟର ଲାଇବ୍ରିଏନ୍ ପଦବୀ ବି ଦୀର୍ଘ ଦିନ ଧରି ଖାଲି ପଡିଛି। ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଗୁଡ଼ିକରେ ପୂର୍ବରୁ ବହୁ ନାଁ କମାଇଥିବା ଏହି ମହାବିଦ୍ୟାଳୟ ସଂପ୍ରତି କ୍ରୀଡା ପ୍ରଶିକ୍ଷକ ଅଭାବରୁ ଉପଖଣ୍ଡରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ, ଅନ୍ତଃ ବିଶ୍ବବିଦ୍ୟାଳୟ, ରାଜ୍ୟ, ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଜଣେ ବି ଛାତ୍ରୀ ଭାଗ ନେଇ ପାରୁନାହାନ୍ତି।

ମହାବିଦ୍ୟାଳୟର ସମସ୍ତ ସମସ୍ୟା ସରକାରଙ୍କ ନଜରକୁ ନିୟମିତ ବ୍ୟବଧାନରେ ଅଣାଯାଉଛି ଏବଂ ଶିକ୍ଷାଦାନ ପ୍ରକ୍ରିୟା ଠିକ୍ ଓ ଶୃଙ୍ଖଳିତ ଢ଼ଙ୍ଗରେ ଚାଲିଛି ବୋଲି କହିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ମନୋରମା ଦେବୀ। କୋଭିଡ୍ ଗାଇଡ୍ ଲାଇନ ମଧ୍ୟରେ ପିଲାଙ୍କୁ ସଂପ୍ରତି ପଡ଼ା ଯାଉଛି। ଯୁକ୍ତ ୨ ବିଞାନରେ ଗତ ଶିକ୍ଷାବର୍ଷରେ ୫୮ ଓ ଏବର୍ଷ ୫୬ଜଣ ନାମା ଲେଖାଇଛନ୍ତି। ଏବଂ ପରୀକ୍ଷାଫଳ ବି ସାମାନ୍ୟ ଖରାଫ ହୋଇଛି ବୋଲି କହିଛନ୍ତି ଅଧ୍ୟକ୍ଷା।

ସମ୍ବନ୍ଧିତ ଖବର