ସୁନ୍ଦରଗଡ଼: କୋଭିଡ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ଆଜି ସ୍ଥାନୀୟ ମିସନରୋଡସ୍ଥିତ ରିଲିଏନ୍ସ ସୁପରମାର୍ଟ ଷ୍ଟୋରକୁ ପ୍ରଶାସନ ୨ ଦିନ ପାଇଁ ସିଲ୍ କରିଛି। ଏହା ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ମଲରେ ଆଜି କୋଭିଡ ଆଇନ ଉଲ୍ଲଂଘନ ପୂର୍ବକ ଲୋକଙ୍କ ଭିଡ ଜମିଥିଲା। ଅନେକ ଲୋକ ମାକ୍ସ ପିନ୍ଧି ନଥିବା ବେଳେ ମାଲିକ ଜାଣିଶୁଣି ସାମାଜିକ ଦୂରତ୍ବ କଟକଣାକୁ ଅଣଦେଖା କରୁଥିବା ଖବର ପାଇ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ଵେହେରା ଏନଫୋର୍ସମେଣ୍ଟ ଟିମ ସହ ଅପରାହ୍ନ ୧ଟାରେ ଚଢାଉ କରି ମଲକୁ ସିଲ୍ କରି ଦେଇଥିବା ସୂଚନା ମିଳିଛି। ତେଵେ ସହରରେ ଏଵେ ବି ଅନେକ ମଲ୍, ଦୋକାନରେ କୋଭିଡ ଆଇନ ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି। ପ୍ରଶାସନ ନିୟମିତ ଯାଞ୍ଚ ଓ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ଵୋଲି ମତପ୍ରକାଶ ପାଇଛି।
/sambad/media/post_attachments/wp-content/uploads/2021/04/25a61c05-985b-4e89-b7ae-48406d467541-225x300.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/8b194ccb-6279-4028-b1d3-73cfb841c9bb.jpg)