ବାରିପଦା: ପି କେ ମ୍ୟୁଜିକ ବ୍ୟାନରରେ ନିର୍ମିତ ଏମ ବି କଲର ସିନେ ପ୍ରଡକ୍ସନ ଦ୍ୱାରା ପ୍ରଯୋଜିତ "ବନଜାରା" ମୁକ୍ତି ଲାଭ କରିଛି। ପି କେ ମ୍ୟୁଜିକର ଏହା ୧୨୬ତମ ଆଲବମ। ଏହି ଆଲବମଟି ମୟୂରଭଞ୍ଜ ଜିଲ୍ଲାରେ ସୁଟିଙ୍ଗ୍ ହୋଇଛି।

Advertisment

ଏହି ଆଲବମରେ ନବାଗତ ତାରକା ଶିବୁଙ୍କ ସହିତ ଆୟେସା ଅଭିନୟ କରିଛନ୍ତି। ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ କୁମାର। ସମ୍ପାଦନା ଦାୟିତ୍ବ କୁମାର ପିଣ୍ଟୁ ତୁଲାଇଥିବାବେଳେ ଚ୍ୟାନେଲ୍ ମୁଖ୍ୟ କୁମାର ମନୋଜ ଉନ୍ମୋଚନ ଅବସରରେ ଉପସ୍ଥିତ ଥିଲେ । ଜିଲ୍ଲାର ଚଳଚ୍ଚିତ୍ର ଜଗତର ଶିଶୁ କଳାକାର ଓ ଆଗ ଧାଡ଼ିର ଆଲବମ କଳାକାରମାନଙ୍କୁ ନେଇ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ କୋଠିଆ ସଂଜୀବ ଓ ଟୁନ ଟୁନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅବସରରେ ଏହି ଆଲବମ୍ ଉନ୍ମୋଚିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରବୀଣ, ସିଲ୍ଭି, ରଶ୍ମି, ସ୍ନେହା, ଡଲ ମିଶ୍ରଙ୍କ ଭଳି ବିଭିନ୍ନ ଆଲବମ କଳାକାର ଯୋଗ ଦେଇ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ମୁଖ୍ୟ ଆକର୍ଷଣ ଥିଲେ ଡ୍ୟାନ୍ସ ଦିୱାନେର ଫାଇନାଲିଷ୍ଟ ଓମ ସୁଭମ ମହାପାତ୍ର ଏବଂ ଚଳଚ୍ଚିତ୍ର ଜଗତର ଶିଶୁ କଳାକାର କୁମାର ବିବେକ। ମୁଖ୍ୟ ଅତିଥି ପ୍ରଧାନଶିକ୍ଷକ ଯତୀନ୍ଦ୍ର ସାରଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବୁବୁ, ରାମ, ପଲଟୁ ପ୍ରମୁଖ ପରିଚାଳନା କରିଥିଲେ।