ବାଲ୍ୟବିବାହ ରୋକିବା ନେଇ ସିନେମାର ଉଦଘାଟନୀ ମୁହୂର୍ତ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସବୁଠାରୁ ଅଧିକା ବାଲ୍ୟ ବିବାହ କରାଯାଉଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଏକ ପ୍ରୟାସ ଆରମ୍ଭ କରାଯାଇ ସଫଳ ହୋଇଛନ୍ତି। ବାଲ୍ୟ ବିବାହ ଜିଲ୍ଲାରେ କମି କମି ଆସୁଛି। ଜିଲ୍ଲା ୧ ନମ୍ବରରୁ ଏବେ ତଳକୁ ଖସିଛି। ଆଗାମୀ ଦିନରେ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଜିଲ୍ଲାରେ ମିଶନ ଉଡାଣ ନାମରେ ୫୦ ଦିନିଆ କାର୍ଯ୍ୟକ୍ରମ ଚାଲିଛି। ତେବେ ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ଛୋଟିଆ ସିନେମା ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦର୍ଶିତ କରାଯାଇଥିଲା।

ଏହି ସିନେମାକୁ ଜିଲ୍ଲାପାଳ ବିଶାଳ ସିଂହ ଉଦଘାଟନ କରିଥିଲେ। ଜିଲ୍ଲାର ସମସ୍ତ ଅଞ୍ଚଳରେ, ସୋସିଆଲ ମିଡିଆରେ ଏହି ସିନେମାକୁ ପ୍ରଦର୍ଶିତ କରାଯାଇ ଲୋକଙ୍କୁ ସଚେତନ କରାଯିବ ବୋଲି କୁହାଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ଅଧିକାରୀ ନାରାୟଣ ଦାସ, ସତ୍ୟଜିତ ପଣ୍ଡା, ବିନାଶ ମିଶ୍ର ସମେତ ସିନେମାର କଳାକାର ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର