୧୦ ତାରିଖ ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବେ କୁଡ଼ିଆ ଘରେ ରହୁଥିବା ଲୋକେ: ଏସ୍‌ଆରସି

ବାତ୍ୟା ନେଇ ରିଲିଫ କମିସନରଙ୍କ ପୂର୍ବ ପ୍ରସ୍ତୁତି ସୂଚନା

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ସ୍ଵତନ୍ତ୍ର  ରିଲିଫ କମିସନରଙ୍କ ଜିଲ୍ଲାପାଳଙ୍କୁ ନିର୍ଦେଶ। ରିଲିଫ କମିସନର ପ୍ରଦୀପ ଜେନା ଗଞ୍ଜାମ, ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି ଗଞ୍ଜାମ ଓ ଛତ୍ରପୁରୁ ବ୍ଲକ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ଓ ଆସ୍ତରଙ୍ଗ, ଜଗତସିଂହପୁର ଅଞ୍ଚଳର ବାଲିକୁଦା, ଏରସମା, କୁଞ୍ଜଙ୍ଗ, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ଓ ରାଜନଗର ବ୍ଲକର ତଳିଆ ଅଞ୍ଚଳର ମାଟିଘର ଓ କୁଡିଆ ଘରେ ବାସ କରୁଥିବା ଜନସାଧାରଣଙ୍କୁ ୧୦ ତାରିଖ ଦିନ ଅପରାହ୍ନ ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବା।

ସେହିପରି ଆଗାମୀ ୧୫ ଦିନ ମଧ୍ୟରେ ପ୍ରସବ କରିବାକୁ ଥିବା ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲ ସ୍ଥାନାନ୍ତରିତ କରିବା ସହ ସେମାନଙ୍କର ସମସ୍ତ ପ୍ରକାର ଯତ୍ନ ନେବା। ଏହାସହ ୯ ତାରିଖ ଦିନ ସକାଳ ସୁଦ୍ଧା ୬ ଟି ଓଡ୍ରାଫ ଟିମ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ, ଗଞ୍ଜାମ, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମୁତୟନ କରାଯିବ। ସେହିପରି ୧୮ଟି ଜିଲ୍ଲାର ଜିଲ୍ଲାପାଳ ତଥା-ଭୁବେନେଶ୍ବର, କଟକ ଓ ବ୍ରହ୍ମପୁର ମୁନିସପାଲ କମିସନରମାନେ ବାତ୍ୟା ସମୟରେ ହେବାକୁ ଥିବା ବର୍ଷା ଦ୍ବାରା ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ଥିବା ବେଳେ ଯଦି ଏଭଳି ପରିସ୍ଥିତି ଆସେ ଏହି ସବୁ ସ୍ଥାନରୁ ଜଳ ନିଷ୍କାସନର ବ୍ୟବସ୍ଥା କରିବେ।

ଗ୍ରାମ ଉନ୍ନୟନ, ଜଳସମ୍ପଦ, ନଗରଉନ୍ନୟନ, ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସେମାନଙ୍କର ସମସ୍ତ ମାନବ ସମ୍ବଳ ଓ ମେସିନ ସଜାଗ ରଖିବା। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ସମସ୍ତ ଜିଲ୍ଲା ଓ ତତସଲଗ୍ନ ଅଫିସ ଗୁଡିକୁ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ମାର୍ଗଦର୍ଶିକା ବିଷୟରେ ଅବଗତ କରିବା ସହ ବାତ୍ୟା ଜନିତ ପୂର୍ବ ଓ ପରବର୍ତ୍ତୀ ଅବସ୍ଥାର ମୁକାବିଲା ପାଇଁ ସଜାଗ ରହିବା। ବିଭାଗ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ନୋଡାଲ ଅଫିସର ଏସଆରସିଙ୍କ ଅଫିସ ସହ ନିରନ୍ତର ସଂଯୋଗରେ ରହିବା। ବିଭାଗ ପକ୍ଷରୁ ଆବଶ୍ୟକୀୟ ପଶୁ ଔଷଧ ବିଭିନ୍ନ ପଶୁ ଚିକିତ୍ସାଳୟରେ ମହଜୁଦ ରଖିବା। ବିଭାଗ ପକ୍ଷରୁ ପଶୁ ଆହାର ଯୋଗାଇ ଦେଉଥିବା ଯୋଗାଣକାରୀ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବା ନେଇ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର