ଯାଜପୁର: ଆସନ୍ତାକାଲି ଅର୍ଥାତ୍ ଫେବ୍ରୁଆରି ୨ ତାରିଖ ଠାରୁ ଯାଜପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗତ ଜାନୁଆରୀ ୧୩ ତାରିଖ ଠାରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଓ ପାର୍କ ଗୁଡିକୁ ଅନିଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ନିର୍ଦ୍ଦେଶ ଦେଇଥିଲେ। ତେବେ ଏବେ ସଂକ୍ରମଣ କମିଥିବା ବେଳେ ଧର୍ମୀୟଭାବନାକୁ ଗୁରୁତ୍ବ ଦେଇ ଧର୍ମାନୁଷ୍ଠାନ ଗୁଡିକୁ ଖୋଲା ଯିବା ସହ ପୂଜା ଓ ଦର୍ଶନ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଯାହାକି ଏହି ନିର୍ଦ୍ଦେଶ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ପାର୍କ ଖୋଲାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ହୋଇନାହିଁ।
ଫେବ୍ରୁଆରି ୨ରୁ ଯାଜପୁରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ
/sambad/media/post_attachments/wp-content/uploads/2020/11/Biraja_Temple_Jajpur_Odisha_India_13th_century.jpg)