ରାଉରକେଲା/ବେଦବ୍ୟାସ: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଦୁଇ ମହଲା ବିଲ୍ଡିଂକୁ ଭଙ୍ଗାଯାଇଛି। ମାଜିଷ୍ଟ୍ରେଟ୍ ତଥା ଲାଠିକଟା ତହସିଲଦାର, ଜାତୀୟ ରାଜପଥ ଅଧିକାରୀଙ୍କ ଉପସ୍ଥିତିରେ ବିଲ୍ଡିଂକୁ ଭଙ୍ଗାଯାଇଛି।
ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ରାହ୍ମଣୀତରଙ୍ଗ ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କ୍ଷତିଗ୍ରସ୍ତ ବିଲ୍ଡିଂ ମାଲିକ କୈଳାସ ଚନ୍ଦ୍ର ସାହୁଙ୍କୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ କ୍ଷତିପୂରଣ ଦିଆଯାଇଥିବା ଜଣାପଡ଼ିଛି।
ଜାତୀୟ ରାଜପଥ ସମ୍ପ୍ରସାରଣବେଳେ ଦୁଇ ପାର୍ଶ୍ବରୁ ଶହ ଶହ ଘର ଓ ଦୋକାନଗୁଡ଼ିକୁ ଭଙ୍ଗା ଯାଇଥିଲା। କ୍ଷତିଗ୍ରସ୍ତ ପରିବାରକୁ ଚିହ୍ନଟ କରାଯାଇ ଜିଲ୍ଲା ପ୍ରଶାସନ ସହାୟତାରେ ସେମାନଙ୍କୁ କ୍ଷତିପୂରଣ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/rGNgxe9HexLoNZjs1pwI.jpeg)