ରାୟଗଡା: ରାୟଗଡା ଜିଲ୍ଲା ମା’ ମଝିଘରିଆଣୀ କିନ୍ନର ସଂଘ ତରଫରୁ ସ୍ଥାନୀୟ କୋରାପୁଟ ଛକ ଠାରୁ କପିଳାସ ଛକ ପର୍ଯ୍ୟନ୍ତ ରେନବୋ ପଦଯାତ୍ରା କରାଯାଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ କିନ୍ନର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବାଦ୍ୟରର ତାଳେ ତାଳେ କିନ୍ନର ମାନେ ନାଚଗୀତ କରି ପଦଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା। ରେନବୋ ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ ହେଲା କିନ୍ନର ସମ୍ପ୍ରଦାୟର ସଦସ୍ୟମାନେ ଘର, ଶିକ୍ଷାନୁଷ୍ଠାନ, ସ୍ବାସ୍ଥ୍ୟ ସେବା, ଆଇନସେବା ପ୍ରଦାନକାରୀ ବ୍ୟକ୍ତି, ଚାକିରି ଇତ୍ୟାଦି ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗରେ ହିଂସା, ଭେଦଭାବ ଏବଂ ବହିଷ୍କାରର ସମ୍ମୁଖୀନ ହେଉଛନ୍ତି।

Advertisment

publive-image Sambad

ଏହି ବ୍ୟକ୍ତିମାନଙ୍କୁ ସମାଜ ସାମ୍ନାରେ ଆସିବା ପାଇଁ, ସାହାଯ୍ୟ କରିବା ସହ ଏହି ସମ୍ପ୍ରଦାୟର ପୂର୍ଣ୍ଣ ନାଗରିକତ୍ବ ଅଧିକାରକୁ ସାବ୍ୟସ୍ତ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଅଟେ ବୋଲି କୁହାଯାଇଛି। ତେବେ ଏହି ରେନବୋ ପଦଯାତ୍ରା ଗତ ୨୦୦୯ ମସିହାରେ ସାଥି ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ମିଶି କିନ୍ନର ସଂଘ ଆରମ୍ଭ କରିଥିଲା। କିନ୍ନର ମାନଙ୍କୁ ସମାଜରେ ଅନ୍ୟ ମାନଙ୍କ ପରି ବଞ୍ଚିବାର ଅଧିକାର ରହିଛି। ତେଣୁ ସେମାନଙ୍କୁ ମଧ୍ୟ ସେହି ଅଧିକାରରୁ ନିବୃତ୍ତ କରାନଯାଉ ବୋଲି କୁହାଯାଇଥିଲା।