ସହର ସୌନ୍ଦର୍ଯ୍ୟକରଣ ଯୋଜନା ଦିଗହରା; ରାସ୍ତାକଡ଼ରୁ ଉଠୁନାହିଁ ବାଲି, ବଢ଼ୁଛି ଦୁର୍ଘଟଣା

ଜଗତସିଂହପୁର ଟାଉନ୍: ଜଗତସିଂହପୁର ସହରକୁ ସରସ ସୁନ୍ଦର କରିବାକୁ ପ୍ରତି ବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚା କରାଯାଉଛି। ହେଲେ ଯଥାଂ ପୂର୍ବ ତଥାଂ ପର ଭଳି ମନେ ହେଉଛି। ଯାହା ସୌନ୍ଦଯ୍ୟ କରଣ ହୋଇଥିଲା ତାର ରକ୍ଷଣା ବେକ୍ଷଣ ଠିକ୍ ଭାବେ କରାନଯିବାରୁ ତାହା ମଧ୍ୟ ନଷ୍ଟ ହେବାରେ ଲାଗିଛି। ଏପରି ସ୍ଥଳରେ ଜଗତସିଂହପୁର ସହର ଯେମିତି ପେଡ଼ାଶି ଜିଲ୍ଲା ମୁଖ୍ୟାଳୟ ଠାରୁ ଢେ଼ର୍ ପଛରେ ପଡ଼ି ଯାଇଛି। ୨୦୧୭ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଯାମିନୀ ଷଡଙ୍ଗୀ ଏବଂ ଏସ୍‌ପି ଜେ.ଏନ୍ ପଙ୍କଜଙ୍କ ଆନ୍ତରିକ ଉଦ୍ୟମରେ ଜଗତସିଂହପୁର ସହରକୁ ନୂତନ ରୂପ ଦିଆଯାଇଥିଲା। ରାସ୍ତା କଡ଼ରେ ବସୁଥିବା ଉଠା ଦୋକାନୀଙ୍କ ଉଠା ଯାଇ ରାସ୍ତା ଚଉଡ଼ା କରାଯାଇଥିଲା। ରଶ୍ମି ସିନେମା ହଲ୍ ଛକ ଠାରୁ ପୌରପରିଷଦ ଛକ ପର୍ଯ୍ୟନ୍ତ କେନାଲ କଡ଼ରେ ପାମ୍ ଗଛ ଲଗାଯାଇଥିଲା। ଏଥିସହ ଗଛ ନଷ୍ଟ ନହେବା ପାଇଁ ବ୍ୟାରିକେଡ୍ରେ ୧୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରତି ବର୍ଷ ଏହାର ରକ୍ଷଣା ବେକ୍ଷଣ ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଗୋଟିଏ ପରେ ଗୋଟିଏ ପାମ୍ ଗଛ କେଉଁ ଆଡେ ଉଭାନ୍ ହୋଇ ଯାଉଛି।

ପ୍ରଥମତଃ ଜଳସେଚନ ବିଭାଗ ଦ୍ବାରା କେନାଲ ଖୋଳା ହେବା ବେଳେ ଦୁଇଟି ପାମ୍ ଗଛକୁ ଠିକାଦାର ମେସିନ୍ରେ ବାଡେଇ ଭାଭ୍ଗି ଦେଇଥିଲେ। ମେସିନ୍ ଆଣି ପିଚୁ ରାସ୍ତା ବି ନଷ୍ଟ କରିଥିଲେ। ଏହାକୁ ସ୍ଥାନୀୟ ଲୋକ ବିରୋଧ କରିବାକୁ ଉପସ୍ଥିତ ଅଧିକାରୀ ଏହାକୁ ଠିକାଦାର ନୂଆ ଗଛ ଆଣି ଲଗାଇବେ ବୋଲି କହିଥିଲେ। କାମ ସରିଯିବା ପରେ ଠିକାଦାର ଓ ଯନ୍ତ୍ରୀ ଉଭୟଙ୍କର ଦେଖା ନାହିଁ। ଗଛରେ ପାଣି ଦିଆଯାଉ ନଥିବାରୁ ତିନୋଟି ଗଛ ଆପେ ଆପେ ମରି ଯାଇଛି। ବସ୍‌ଷ୍ଟାଣ୍ତ ନିକଟରେ ଗୋଟଇଏ ଗଛକୁ ଗାଡ଼ି ବାଡେଇ ଭାଙ୍ଗି ଦିଆଯାଇଛି। ଏଥିପ୍ରତି କାହାରି ନଜର ନାହିଁ। ସେହିପରି କେନାଲ କାନ୍ତ୍ରରେ ପୌରପରିଷଦ ପକ୍ଷରୁ ଅନେକ ସଚେତନ ମୂଳକ ଛବି ଅଙ୍କା ଯାଇଥିଲା। ଏବେ ସେ ସବୁ ଲିଭି ଗଲାଣି। କାନ୍ତ୍ର ଗୁଡ଼ିକ ଅସୁନ୍ଦର ଦେଖା ଯାଉଛି। କେନାଲରେ ପାଣି ଛାଡ଼ି ଯିବାରୁ ସେଠାରେ ନିକଟରେ ଥିବା ଦୋକାନୀ ଅଳିଆ ଆବର୍ଜନା ପକାଉଛନ୍ତି। ଯାହା ଫଳରେ ଧୀରେ ଧୀରେ ରାସ୍ତାରେ ଯିବା ବେଳେ ଦୁର୍ଗନ୍ଧରେ ଲୋକ ଅତିଷ୍ଟ ହେଉଛନ୍ତି। ରାସ୍ତା କଡ଼ରୁ ସମ୍ପୂର୍ଣର୍ ଭାବେ ବାଲି ଉଠାଯାଉନାହିଁ। କେତେ ବେଳେ କେମିତି ର–ଠ ଭାବେ କାମ କରି ଛାଡ଼ି ଦିଆଯାଉଛି।

sambad

ଏବେ ଜାତୀୟ ରାଜପଥ କାମ ହୋଇଛି। ହେଲେ ଦୁଇ କଡ଼ରେ ମୋହରମ ପକା ଯାଇ ନାହିଁ। ଫଳରେ ଦୁର୍ଘଟଣା ଅଧିକ ହେଉଥିବା ଦେଖିବାକୁ ମିଳୁଛି। ପାଖା ପାଖି କୋଟିଏ ଟଙ୍କା ଖର୍ଚ୍ଚ କରାଯାଇ ମେଡିକାଲ ସାମ୍ମାନରେ ଦୁଇଟି ପାକିର୍ଂ ସ୍ଥଳ କରାଯାଇଛି ହେଲେ ସେ ଦୁଇଟି ଅପରିସ୍କାର ହୋଇ ପଡ଼ିଛି। କିଛି ସ୍ଥାନରେ ଠିକାଦାର ବାଲି ଗୋଡି ଗଦା କରିଛନ୍ତି। ଆଉ କିଛି ଉଠା ଦୋକାନୀ ପୁଣି ଏହାକୁ କବ୍ଜା କରି ସାରିଲେଣି। ରାସ୍ତା କଡ଼ା ଏବଂ ପାକିର୍ଂ ସ୍ଥଳରେ ଅଳିଆ ଆବର୍ଜନା ଗଦା ହୋଇଥିବା ଦେଖିବାକୁ ମିଳୁଛି। ସହରରେ ଲାଗିଥିବା ଏଲ୍ଇଡି ଲାଇଟ୍ ଅଧା ଜଳୁଛି ଅଧା ଜଳୁ ନାହିଁ। ବସ୍‌–ବେ ପାଇଁ ଶିଳାନ୍ୟାସ ହୋଇଛି ହେଲେ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ପାରିଲା ନାହିଁ। ଗୋଟେ ଭଲ ପାର୍କ ନାହିଁ। ପେଡ଼ାଶୀ କେନ୍ଦ୍ରାପଡ଼ା, କଟକ ଓ ପୁରୀ ତିନୋଟି ଜିଲ୍ଲାର ମୁଖ୍ୟାଳୟ ଚକାଚକ୍। କିନ୍ତୁ ଜଗତସିଂହପୁର ଜିଲ୍ଲା ବହୁ ପଛରେ ପଡ଼ି ଯାଇଥିବା କୁହାଯାଉଛି। ଆଗକୁ ପୌର ନିର୍ବାଚନ ଆସୁଥିବା ବେଳେ ସହରର ଅବସ୍ଥା ଅନେକ ମାତ୍ରାରେ ଲୋକଙ୍କୁ ପ୍ରଭାବିତ କରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର