ଆଇନଜୀବୀଙ୍କ ଘରୁ ଚୋରି ସୁନାଅଳଙ୍କାର ଉଦ୍ଧାର, ଧରାପଡ଼ିଲା ନାବାଳକ ଅଭିଯୁକ୍ତ

ଜୟପୁର: ଗତ ୨୪ତାରିଖ ଦିନ ସୌରାସାହି ପାତ୍ରସାହିରେ ରହୁଥିବା ଆଇନଜୀବୀ ନୃସିଂହ ପ୍ରସାଦ ଦାଶଙ୍କ ଘରୁ ହୋଇଥିବା ଚୋରୀ ସୁନାଅଳଙ୍କାର ମଧ୍ୟରୁ କିଛି ସୁନା ଅଳଙ୍କାର ଦୁର୍ବତ୍ତ ନାବାଳକଙ୍କ ନିକଟରୁ ମିଳିଛି। ସେଭଳି ଧରା ପଡ଼ିଥିବା ନାବାଳକ ଅଭିଯୁକ୍ତଙ୍କୁ ଆଜି ଜୟପୁର ଟାଉନଥାନା ପୁଲିସ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ ନିକଟରେ ହାଜର କରାଇଥିଲେ। ତାଙ୍କୁ ବ୍ରହ୍ମପୁରସ୍ଥ ସ୍ବାଧାରଗୃହକୁ ପଠାଯିବ ବୋଲି କହିଛନ୍ତି ଟାଉନଥାନା ଆଇଆଇସି ସଂଜୟ କୁମାର ମଣ୍ଡଳ। ସୂଚନା ଅନୁଯାୟୀ, ଗତ ୨୪ତାରିଖ ଦିନ ରାତିରେ ଆଇନଜୀବୀଙ୍କ ବାପାଙ୍କ ସ୍ବାସ୍ଥ୍ୟବସ୍ଥା ଖରାଫ ହେବା ସହ ଗୁରୁତର ହୋଇପଡ଼ିଥିଲେ। ଘରେ ତାଲା ପକାଇ ପୁରା ପରିବାର ତାଙ୍କୁ ନେଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇକି ଯାଇଥିଲେ। ରାତି ଅଧରେ ଘରକୁ ଫେରିବା ବେଳେ ଅଭିଯୁକ୍ତ ନାବାଳକ ଜଣକ ତାଲା ଭାଙ୍ଗି ଘର ମଧ୍ୟରେ ପଶି ସୁନା ଅଳଙ୍କାର ଲୁଟ୍‌ କରି ଘର ମଧ୍ୟରେ ଥିଲେ।

ଘର ମଧ୍ୟକୁ ଆଇନଜୀବୀ ଶ୍ରୀ ଦାଶଙ୍କ ପୁତୁରା ଭିତରକୁ ଯିବା ପରେ ତାଙ୍କୁ ଧାରୁଆ ଅସ୍ତ୍ର ଦେଖାଇ ଭୟଭୀତ କରି ସେଠାରୁ ଚମ୍ପଟ ମାରିଥିଲେ। ଅଭିଯୁକ୍ତ ନାବାଳକ ଜଣକ ଆଣିଥିବା ଲୁନା ଗାଡ଼ିକୁ ସେ ଛାଡ଼ି ଚମ୍ପଟ ମାରିଥିଲେ। ଗୌଡସାହିର ଜଗନ୍ନାଥ ନାୟକଙ୍କର ଲୁନା ‌ଗାଡ଼ିକୁ ଦିନକ ତଳେ ଅଭିଯୁକ୍ତ ନାବାଳକ ଚୋରି କରିଥିଲେ ବୋଲି ତଦନ୍ତକାରୀ ଅଧିକାରୀ ଏଏସଆଇ ବିଷ୍ଣୁ ମାଡ଼କାମୀ କହିଛନ୍ତି। ଅଭିଯୁକ୍ତ ନାବାଳକକୁ ଆଜି ସ୍ଥାନୀୟ ଜୁଭେନାଇଲ୍ ଜଷ୍ଠିସ ବୋର୍ଡରେ ଉପସ୍ଥିତ କରାଇବା ସହ ବ୍ରହ୍ମପୁର ସ୍ବାଧାରଗୃହକୁ ପଠାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର