ପାଣିକୋଇଲି: ପାଣିକୋଇଲି ପୁଲିସ ଜଣେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅପହର୍ତ୍ତାକୁ ଗିରଫ କରିଛି। ଅଭିଯୁକ୍ତ ଯାଜପୁରରୋଡ ଥାନା କାଦଡିହ କାଳିଆପାଳ ଗ୍ରାମର ଟୁନା ଯେନା। ଗତ ଜାନୁଆରି ୨୬ ତାରିଖରେ ଶଙ୍ଖଚିଲା ଫାଣ୍ତି ଅଞ୍ଚଳର ନାବାଳିକାଙ୍କୁ ଅଭିଯୁକ୍ତ ଅପହରଣ କରିନେଇଥିଲା।

Advertisment

ନାବାଳିକା ଜଣକ ହାଇସ୍କୁଲ ଯାଇ ଘରକୁ ନଫେରିବାରୁ ତାଙ୍କ ମା’ ଶଙ୍ଖଚିଲା ଫାଣ୍ଡିରେ ଅଭିଯୋଗ କରିଥିଲେ। ଶଙ୍ଖଚିଲା ହାଟର କେତେକ ଦୋକାନ ସିସି କ୍ୟାମେରାରୁ ଅପହର୍ତ୍ତା ସମ୍ପର୍କରେ ସୂଚନା ମିଳିଥିଲା। ପୁଲିସ ୧୯/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଜି ପୁଲିସ ଅଭିଯୁକ୍ତ ଟୁନାକୁ କାଳିଆପାଳରୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଥି‌ଲା। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।