ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର; ଅଳ୍ପକେ ରକ୍ଷା ପାଇଗଲେ ଗ୍ରାମବାସୀ

ବୈପାରିଗୁଡା: ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପେନ୍ଦାପଡା ପଞ୍ଚାୟତର କାନ୍ଦିଲିବେଡା ଠାରେ ଏକ ପୋଖରୀରୁ କୁମ୍ଭୀର ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ ପାଢ଼ୀ ଏବଂ ଶୁକଦେବ ବାରିକ କାନ୍ଦିଲିବେଡାରେ ଥିବା ଏକ ପୋଖରୀକୁ ଲିଜ୍ ସୂତ୍ରରେ ନେଇଛନ୍ତି। ଆଜି ବିକ୍ରି ଉଦ୍ଦେଶ୍ୟରେ ମାଛ ଧରିବା ପାଇଁ ଜାଲ ପକାଇଥିବା ବେଳେ ଜାଲରେ ଏକ କୁମ୍ଭୀର ପଡ଼ିଥିଲା। କୁମ୍ଭୀର ଟିକୁ କୂଳକୁ ଅଣାଯାଇଥିଲା। ପୋଖରୀରୁ କୁମ୍ଭୀର ଉଦ୍ଧାର ହୋଇଥିବା ଶୁଣି ଘଟଣାସ୍ଥଳରେ ଭିଡ ଜମି ଥିଲା।

ଉଦ୍ଧାର ହୋଇଥିବା କୁମ୍ଭୀରର ଓଜନ ୧୫ରୁ୨୦ କିଲୋ ହୋଇଥିବା ବେଳେ ଲମ୍ବା ଚାରି ଫୁଟ ବୋଲି ଅନୁମାନ କରାଯାଉଛି। ପୋଖରୀ ଠାରୁ ଶହେ ମିଟର ଦୂରରେ କୋଲାବ ନଦୀର ଏକ ଶାଖା ନଦୀ ସୁରାଯୋଡି ବହି ଯାଇଥିବା ବେଳେ ବର୍ଷା ଦିନେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଲେ ଏହି ନଦୀର ପାଣି କୂଳ ଡେଇଁ ମାଡ଼ିଯିବା ସହ ପୋଖରୀରେ ପଶିଯାଏ। ତେଣୁ ବର୍ଷା ଋତୁରେ ଏହି କୁମ୍ଭୀରଟି କୌଣସି ମତେ ପୋଖରୀ ଭିତରକୁ ପଶି ଆସିଥିବା ଅନୁମାନ କରାଯାଉଛି।
ତେବେ ଏ ସମ୍ପର୍କରେ ଜୟପୁର ବନଖଣ୍ଡର ଦାୟିତ୍ଵରେ ଥିବା ଫରେଷ୍ଟର ଗଦାଧର ଚୈଧୁରୀଙ୍କୁ ଜଣାଇବା ପରେ ସେ ପହଞ୍ଚାଇଥିଲେ। ଏବଂ କୁମ୍ଭୀର ଟିକୁ ତାଙ୍କୁ ହସ୍ତାନ୍ତର କରାଯାଇଛି। ସୌଭାଗ୍ୟବଶତଃ କୁମ୍ଭୀରଟି ଉଦ୍ଧାର ହୋଇଯାଇଛି। ନଚେତ ଯଦି କେହି ପୋଖରୀକୁ ଯିବାର ସମୟରେ ଏହି କୁମ୍ଭୀର ହାବୁଡ଼ରେ ପଡ଼ିଥାଆନ୍ତେ ସେମାନଙ୍କ ଜୀବନ ବିପଦରେ ପଡ଼ିବାର ଅନେକ ସମ୍ଭାବନା ରହିଥିଲା।

ସମ୍ବନ୍ଧିତ ଖବର