ଧର୍ମଗଡ଼: ଓବିସି, ଏସ୍ଟି, ଏସ୍ସି ମିଳିତ ମହାସଂଘ ପକ୍ଷରୁ ବିଭିନ୍ନ ସମୟରେ ନିଯୁକ୍ତି ତଥା ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ନେଇ ଦାବି କରାଯାଉଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ଫଳରେ ମହାସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଆଗକୁ ପଦକ୍ଷେପ ନିଆନଗଲେ ଆନ୍ଦୋଳନ କରାଯିବ ବୋଲି ଓବିସି, ଏସ୍ଟି, ଏସ୍ସି ମିଳିତ ମହାସଂଘ କଳାହାଣ୍ଡି ତରଫରୁ ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି। ଦାବି ଗୁଡ଼ିକ ମଧ୍ୟରେ ଓବିସି ଜନଗଣନା କରାଯାଉ, ଉଚ୍ଚ ଶିକ୍ଷା, ବୃତ୍ତିଗତ ଶିକ୍ଷା ଓ ବୈଷୟିକ ଶିକ୍ଷା ତଥା ନିଯୁକ୍ତିରେ ଓବିସି ବର୍ଗକୁ ୨୭ ପ୍ରତିଶତ ସଂରକ୍ଷଣ, ଏସ୍ଟି ବର୍ଗକୁ ୨୨, ଓ ଏସ୍ସି ବର୍ଗକୁ ୧୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ ଆଦି ଅନ୍ୟତମ।
ଏହି ସମ୍ମିଳନୀରେ ମିଳିତ ମଞ୍ଚର ଆବାହକ ଡମ୍ବରୁଧର ଲହଜଲ, ଆଇନଜୀବୀ ଜହରାଲାଲ ବାଗ, ଲବ ସରାଫ୍, ରତନ ନାଏକ, ରାମ ଦାସ ମେହେର, ଆଦିତ୍ୟ ହଂସ, ସୌମ୍ୟରଞ୍ଜନ ନାଏକ, ସେତୁରମ ଭକ୍ତ, ନିରାକାର ଗୋପାଲ, ଡାକେଶ୍ୱର୍ ଲହଜଲ, ଦିଗାମ୍ବର ଦୁରିଆ, ଚକ୍ରଧର ବେଣୁପାଣି, ଫୁଲେଶ୍ୱର ସେନାପତି, ତ୍ରିନାଥ ମଶ୍ରା, ସଞ୍ଜୟ ଖମାରୀ, ଢଗମଲିଆ ନାଏକ, ରବି ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/43b7fbda-d3b0-491a-be09-f6532cb82689.jpg)