ବଲାଙ୍ଗୀର, ୨୬ା୫ (ଇମିସ): ବଲାଙ୍ଗୀର ସହର ମାଲପଡ଼ାର ଲିଲି ବାଗ (୧୯ବର୍ଷ) ନାମ୍ନୀ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ପୁଲିସର ସୂଚନା ଅନୁସାରେ, ଲିଲି କୌଣସି କାରଣରୁ ଶୁକ୍ରବାର ନିଜ ଘରେ ବେକରେ ଦଉଡ଼ି ଲଗାଇ ଝୁଲି ପଡ଼ିଥିଲେ। ପରିବାର ଲୋକେ ଦେଖି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ ଥାନା ପୁଲିସ ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।