କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ପାସ୍ ହାର ୯୫.୪୯ପ୍ରତିଶତ ରହିଥିବା ବେଳେ ୧୦୭୯ଜଣଙ୍କ ମଧ୍ୟରୁ ୯୫୩ପିଲା ପାସ୍ କରିଛନ୍ତି। ସେଥିମଧୢରେ ୪୮୩ ଛାତ୍ର ଏବ˚ ୪୭୦ ଛାତ୍ରୀ ଅଛନ୍ତି। ପାସ୍ କ୍ଷେତ୍ରରେ ଛାତ୍ରୀଙ୍କୁ ପଛରେ ପକାଇ ଛାତ୍ର ମାନେ ଏଥର ଅଧିକ ସଂଖ୍ୟାରେ ବାଜି ମାରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ଗତବର୍ଷ ତୁଳନାରେ ଏଥର ପାସ୍ ହାର ବଢ଼ିଛି। ୨୦୨୨ମସିହାରେ ଯୁକ୍ତ ତିନି ପାସ୍ ହାର ୯୨.୮୭ଥିବା ବେଳେ ଏଥର ଆଉ ତିନି ପ୍ରତିଶତ ପାଖାପାଖି ପାସ ହାର ବଢ଼ିଛି ା କଳାରେ ଚଳିତବର୍ଷ ପାସ୍ହାର ୯୬.୬୭ପ୍ରତିଶତ ଥିବା ବେଳେ ବାଣିଜ୍ୟରେ ପାସହାର ୯୨.୧୨ ଏବ˚ ବିଜ୍ଞାନରେ ୯୭.୮୩ ପ୍ରତିଶତ ରହିଛି। ପ୍ରାଣୀ ବିଜ୍ଞାନର ଆଶା ଭୂ୍ୟାଁ ସର୍ବାଧିକ ୯୩.୬୭ପ୍ରତିଶତ ନମ୍ବର ରଖି କଲେଜର ବେଷ୍ଟ ଗ୍ରାଜୁଏଟ୍ ହେବା ସହିତ ବିଜ୍ଞାନ ବିଭାଗର ଟପର୍ ହୋଇଥିବା ବେଳେ କଳା ବିଭାଗରେ ସର୍ବାଧିକ ୯୨.୧୫ପ୍ରତିଶତ ନମ୍ବର ରଖି ହିନ୍ଦୀ ସମ୍ମାନ ଛାତ୍ରୀ ମୋନାଲିସା ଜେନା ଏବଂ ବାଣିଜ୍ୟରେ ଟଫିକ୍ ଖାନ୍ ସର୍ବାଧିକ ୮୭.୭୮ ପ୍ରତିଶତ ନମ୍ବର ରଖି ଟପର୍ ହୋଇଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଲେଜ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଚଳିତ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନରେ ମୋଟ ୧୦୭୯ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ସେଥିମଧୢରୁ ୯୯୮ଜଣ ପରୀକ୍ଷା ଦେଇଥିବା ବେଳେ ୯୫୩ଜଣ ପାସ୍ କରିଛନ୍ତି। କଳାରେ ୩୩୧ପିଲାଙ୍କ ମଧୢରୁ ୩୨୦ଜଣ ପାସ୍ କରିଥିବା ବେଳେ ୧୧ଜଣ ଫେଲ୍ ହୋଇଛନ୍ତି। ୨୫୦ଜଣ ଡିଷ୍ଟିଂସନ୍ ସହିତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୬୦ଜଣ କେବଳ ପ୍ରଥମ ଶ୍ରେଣୀ, ୧୦ଜଣ ଦ୍ବିତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ସେହିପରି ବାଣିଜ୍ୟରେ ୩୪୩ପିଲାଙ୍କ ମଧ୍ୟରୁ ୩୧୬ଜଣ ପାସ୍ କରିଥିବା ବେଳେ ୨୭ଜଣ ଫେଲ୍ ହୋଇଛନ୍ତି। ଡିଷ୍ଟିଂସନ୍ ସହିତ ପ୍ରଥମ ଶ୍ରେଣୀରେ ୨୩୦ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭୧ପିଲା କେବଳ ପ୍ରଥମ ଏବଂ ୧୫ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଅନୁରୂପ ଭାବେ ବିଜ୍ଞାନରେ ୩୨୪ପିଲାଙ୍କ ମଧ୍ୟରୁ ୩୧୭ଜଣ ପାସ୍ କରିଥିବା ବେଳେ ୭ଜଣ ଫେଲ୍ ହୋଇଛନ୍ତି। ଡିଷ୍ଟିଂସନ୍ ସହିତ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ପିଲା ସଂଖ୍ୟା ୨୭୭ଥିବା ବେଳେ କେବଳ ପ୍ରଥମ ଶ୍ରେଣୀରେ ୪୦ ଜଣ ରହିଛନ୍ତି। କଳାରେ ଅଧିକ ସଂଖ୍ୟାରେ ଛାତ୍ରୀ ପାସ୍ କରିଥିବା ବେଳେ ବାଣିଜ୍ୟ ଓ ବିଜ୍ଞାନରେ ଛାତ୍ରଙ୍କ ସଂଖ୍ୟା ଅଧିକ ରହିଛି। ଅଧ୍ୟକ୍ଷ ଶ୍ରୀ ବେହେରା କଲେଜର ପରୀକ୍ଷା ଫଳକୁ ନେଇ ଖୁସିବ୍ୟକ୍ତ କରିବା ସହିତ କୃତୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ଆଜିର ଏହି ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ଉତ୍ସବରେ ଅଧ୍ୟକ୍ଷ ପ୍ରଫେସର ବେହେରାଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ଅଜୟ ସାମଲ, ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ଅଶୋକ କୁମାର ଦାସ, ଉପ ପରୀକ୍ଷା ନିୟନ୍ତ୍ରକ ଡଃ. ଗୈାର ପ୍ରସାଦ ଷଡଙ୍ଗୀ, ପ୍ରାଧ୍ୟାପକ ରମାନାଥ ମହାନ୍ତି, ସହକାରୀ ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ସୁରେଶ ଚନ୍ଦ୍ର ଦାସ, ଡଃ. ଜ୍ଞାନୀନ୍ଦ୍ର ଦାଶ, ଡଃ. ପ୍ରଭାକର ମଲ୍ଲିକ, ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ, ଡ. ସେକ ହବିବ, ଅଧ୍ୟାପକ ପ୍ରମୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।