ଭଦ୍ରକ: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି କଳା ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ ମୋଟ ୯୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୦୫ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି। କଲେଜର ପାସ୍ ହାର ଶତକଡା ୮୩.୮ ପ୍ରତିଶତ ହୋଇଛି। କଳାରେ ୯୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ବିଜ୍ଞାନରେ ୮୦.୨ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହିପରି ବାଣିଜ୍ୟରେ ୮୩. ୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। କଲେଜର ପଦାର୍ଥ ବିଜ୍ଞାନ ସମ୍ମାନର ଛାତ୍ର ଶୁଭେନ୍ଦୁ ସିଦ୍ଧେଶ୍ବର ଲେଙ୍କା ୯୧ ପ୍ରତିଶତ ନମ୍ବର ରଖି ଶ୍ରେଷ୍ଠ ଗ୍ରାଜୁଏଟ୍ ହେବାର ଗୌରବ ଅର୍ଜନ କରିଛନ୍ତି।
/sambad/media/post_attachments/wp-content/uploads/2020/10/IMG_20201031_151634-1024x709.jpg)
ପ୍ରକାଶ ଥାଉକି କଲେଜରେ ଯୁକ୍ତ ତିନି କଳାରେ ମୋଟ ୩୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୨୪ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । ସେହିପରି ଯୁକ୍ତ ତିନି ବିଜ୍ଞାନରେ ୨୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୩୪ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି। ଯୁକ୍ତ ତିନି ବାଣିଜ୍ୟରେ ୨୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷାଦେଇଥିବା ବେଳେ ୨୨୨ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି। ସେଲଫ୍ ଫାଇନାସରେ ୩୮ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭ ଜଣ ଉତୀର୍ଣ୍ଣ ହୋଇଛନ୍ତି। କଳାରେ ସଂସ୍କୃତ ସମ୍ମାନର ଛାତ୍ରୀ ସାଈଦୀପା ବାରିକ ୮୫.୭୧ ପ୍ରତିଶତ ନମ୍ବର ରଖି ଟପର ହୋଇଥିବା ବେଳେ ବିଜ୍ଞାନରେ ପଦାର୍ଥ ବିଜ୍ଞାନ ସମ୍ମାନର ଛାତ୍ର ଶୁଭେନ୍ଦୁ ସିଦ୍ଧେଶ୍ବର ଲେଙ୍କା ୯୧ ପ୍ରତିଶତ ନମ୍ବର ରଖି ଟପର ହୋଇଥିବା ବେଳେ ମହାବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟର ଗୌରବ ଅର୍ଜନ କରିଛନ୍ତି। ସେହିପରି ବାଣିଜ୍ୟରେ ସୌରଭ ନାୟକ ୮୨. ୩୫ ପ୍ରତିଶତ ନମ୍ବର ରଖି ଟପର ହୋଇଛନ୍ତି।
ଅର୍ଥନୀତି ସମ୍ମାନରେ ଗୀତାଞ୍ଜଳି ନାୟକ ଟପର ହୋଇଥିବା ବେଳେ ଶିକ୍ଷାରେ ଗୁଲସ୍ତାନ ପରୱନ୍ ଟପର ହୋଇଛନ୍ତି। ଇଂରାଜୀରେ ଅପ୍ରାଣ ପ୍ରିୟଦର୍ଶନୀ ପରିଜା ଟପର ହୋଇଛନ୍ତି। ହିନ୍ଦୀରେ ସ୍ମୃତିପ୍ରଭା ବାରିକ ଟପର ହୋଇଥିବା ବେଳେ ଇତିହାସରେ ଶୁଭଦ୍ରା ରାଉତ ଟପର ହୋଇଛନ୍ତି। ହୋମ ସାଇନସରେ ଫିରଦୋଷ ଖାତୁନ୍ ଟପର ହୋଇଥିବା ବେଳେ ଓଡ଼ିଆରେ ରଶ୍ମିତା ବେହେରା ଟପର ହୋଇଛନ୍ତି। ଫିଲୋସପିରେ ଆଲୋକ ମହାଳିକ ଟପର ହୋଇଥିବା ବେଳେ ରାଜନୀତି ବିଜ୍ଞାନରେ ଜି. ସ୍ବାଗତ ଟପର ହୋଇଛନ୍ତି। ସାଇକୋଲୋଜିରେ ଇତିଶ୍ରୀ ସାମଲ ଟପର ହୋଇଥିବା ବେଳେ ସଂସ୍କୃତରେ ସାଈଦୀପା ବାରିକ ଟପର ହୋଇଛନ୍ତି। ସୋସିଓଲୋଜୀରେ ରାଧାରମଣ ସାହୁ ଟପର ହୋଇଥିବା ବେଳେ ଊର୍ଦ୍ଧ୍ବୁରେ ମାରିଆ ଅନଜାମ ଟପର ହୋଇଛନ୍ତି। ସେହିପରି ବିଜ୍ଞାନରେ ବୋଟାନି ସମ୍ମାନରେ ଅର୍ଚ୍ଚନା ପ୍ରଧାନ ଟପର ହୋଇଥିବା ବେଳେ କେମେଷ୍ଟ୍ରୀରେ ଚନ୍ଦନ ବେହେରା ଟପର ହୋଇଛନ୍ତି। କମ୍ପ୍ୟୁଟର ସାଇନସରେ ସୂର୍ଯ୍ୟକାନ୍ତ ସ୍ବାଇଁ ଟପର ହୋଇଥିବା ବେଳେ ଗଣିତରେ ପ୍ରୀୟଦର୍ଶନୀ ଦାସ ଟପର ହୋଇଛନ୍ତି। ଫିଜିକ୍ସରେ ଶୁଭେନ୍ଦୁ ସିଦ୍ଧେଶ୍ବର ଲେଙ୍କା ଟପର ହୋଇଛନ୍ତି। ଜୁଲୋଜିରେ ଅଲିଭା ଜେନା ଟପର ହୋଇଛନ୍ତି। ସେହିପରି ବାଣିଜ୍ୟରେ ସୌରଭ ନାୟକ ଟପର ହୋଇଛନ୍ତି।
/sambad/media/post_attachments/wp-content/uploads/2020/10/IMG_20201031_111239-1024x768.jpg)
ଆଜି ଦିନ ୧୧ ଟା ବେଳେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ. ଉମାକାନ୍ତ ସାମଲ ଏହି ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିବା ବେଳେ ଉତୀର୍ଣ୍ଣ ହୋଇଥିବା ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ପରୀକ୍ଷା ଫଳ ପ୍ରକାଶ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପରୀକ୍ଷା ନିୟନ୍ତ୍ରକ ମୃତ୍ୟୁଂଜୟ ଦାସ, ଅଧ୍ୟାପକ ଲକ୍ଷ୍ମାକାନ୍ତ ନାୟକ, ଅଧ୍ୟାପକ ଦୀନେଶ ଦାସ, ପରୀକ୍ଷା ସହନିରୀକ୍ଷକ ପ୍ରତାପ ସାହୁ, ସୁରେଶ ଚନ୍ଦ୍ର ରାଉତ, ମଦନ ମୋହନ ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/download-28.jpg)