ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ତକତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ କଳା ବିଜ୍ଞାନ ଓ ବାଣିଜ୍ୟ ସମେତ ଇଂଟିଗ୍ରେଟେଡ ବିଏଡ୍ ରେଗୁଲାର ଛାତ୍ରଛାତ୍ରୀଙ୍କର ଶେଷ ବର୍ଷ ପରୀକ୍ଷା ଫଳ କଲେଜ ଅଧ୍ୟକ୍ଷା ପଦ୍ମଶ୍ରୀ ଡଃ ଦମୟନ୍ତୀ ବେଶ୍ରା ଏବଂ ପରୀକ୍ଷା ନିୟନ୍ତ୍ରକ ଡଃ କୈଳାଶ ଚନ୍ଦ୍ର ମିଶ୍ରଙ୍କ ସୌଜନ୍ୟରେ ଉଚ୍ଚଶିକ୍ଷା ବିଭାଗର ନିଦ୍ଧିଷ୍ଟ ସମୟସୀମା ମଧ୍ୟରେ ପ୍ରକାଶିତ ହୋଇଯାଇଛି।
ଚଳିତ ବର୍ଷ ଏହି ପରୀକ୍ଷାରେ ୨୪ଟି ସମ୍ମାନ ବିଷୟରେ ଟପ୍ପର ହୋଇଥିବା ୨୫ ଜଣଙ୍କ ମଦ୍ୟରୁ ୧୬ ଜଣ ଛାତ୍ରୀ ଓ ୯ଜଣ ଛାତ୍ର ଅଟନ୍ତି। ଉକ୍ତ ବର୍ଷ ଯୁକ୍ତ ୩ ଶେଷ ବର୍ଷ ଡିଗ୍ରୀ ପରୀକ୍ଷାରେ ସାମୂହିକ ଭାବବେ ୯୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ, ତନ୍ମଧ୍ୟରୁ ୭୦୮ ଜଣ (୭୫.୫୬) ପ୍ରତିଶତ ପରୀକ୍ଷାର୍ଥୀ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯୬ ଜଣ ପ୍ରଥମ ଶ୍ରେଣୀ ସହିତ ଡିଷ୍ଟିଙ୍ଗସନ, ୬୨ ଜଣ ପ୍ରଥମ ପ୍ରଥମ ଶ୍ରେଣୀ, ୧୯ ଜଣ ୨ୟ ଶ୍ରେଣୀ ସହ ଡିଷ୍ଟିଙ୍ଗସନ, ୧୦୨ ଜଣ ୨ୟ ଶ୍ରେଣୀ ଓ ୨୯ ଜଣ ବିନା ସମ୍ମାନରେ ଉତୀର୍ଣ୍ଣ ହୋଇଛନ୍ତି।
ଉଲ୍ଲେଖନୀୟକି ବ୍ୟାକ ପେପର ଦେଇଥିବା ଛାତ୍ରଛାତ୍ରୀଙ୍କ ଫଳାଫଳ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରକାଶିତ ହେବ। ମହାବିଦ୍ୟାଳୟର ଇଂଟିଗ୍ରେଟେଡ ବିଏଡ୍ ବିଭାଗରେ ୯୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୨ ଜଣ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ଏହି ବିଭାଗର ପାସ ହାର ୯୩.୮୮ ବୋଲି ଜଣାଯାଇଛି। ଏହି ପରୀପ୍ରେକ୍ଷୀରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ପ୍ରକାଶ ଥାଉକି ପ୍ରକାଶିିତ ପରୀକ୍ଷା ଫଳ ତା ୯/୯/ ୨୧ ରିଖ ଠାରୁ ମହାବିଦ୍ୟାଳୟର େଓବସାଇଟରେ ଉପଲବ୍ଧ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/IMG-20210909-WA0005-1.jpg)