କେନ୍ଦ୍ରାପଡ଼ା: ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଶନିବାର ୮୫ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଅବସର ପ୍ରାପ୍ତ ଶିକ୍ଷକ ଗୌତମ ମହାଳି ପଟ୍ଟାମୁଣ୍ଡାଇସ୍ଥିତ ଷ୍ଟେଟ୍ ବ୍ୟାଙ୍କରୁ ଟଙ୍କା ଉଠାଇ ସିଙ୍ଗିରିସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ପଟ୍ଟାମୁଣ୍ଡାଇର ମହାବୀର ବଜାରରୁ ଲୁଟ୍ର ଶିକାର ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଅନୁସାରେ ଆଜି ଅପରାହ୍ଣ ପ୍ରାୟ ୧୨ଟା ବେଳକୁ ଅବସରପ୍ରାପ୍ତ ଶିକ୍ଷକ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ। ସେ ଟଙ୍କା ଉଠାଇ ବ୍ୟାଙ୍କ ଭିତରୁ ବାହାରିବା ପୂର୍ବରୁ ଦୁର୍ବୃତ୍ତମାନେ ଟାର୍ଗେଟ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ସାଇକେଲରେ ଟଙ୍କା ନେଇ ଯାଉଥିବା ବେଳେ ଲୁଟେରା ଦ୍ୱୟ ଅଟକାଇଥିଲେ ଏବଂ କାଳ ବିଳମ୍ବ ନକରି ଟଙ୍କା ବ୍ୟାଗ୍ ଛଡ଼ାଇ ନେଇ ବଜାର ଅଭିମୁଖେ ଫେରାର ହୋଇ ଯାଇଥିଲେ। ଅଭିଯୋଗ ପରେ ପୁଲିସ ଘଟଣାର ଛାନଭିନ୍ କରୁଛି।