ହରଭଙ୍ଗା: ସି.ଆର.ପି.ଏଫ ଜବାନ ପ୍ରଦୀପ କୁମାର ମଲିକଙ୍କୁ ନିଜ ଜନ୍ମ ମାଟି ହରଭଙ୍ଗା ବ୍ଲକ ଧୁଙ୍ଗିଆମୁଣ୍ଡା ଗ୍ରାମରେ ଗ୍ରାମବାସୀଙ୍କ ଦ୍ୱାରା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମପଂଚାୟତ ଅନ୍ତର୍ଗତ ଧୁଙ୍ଗିଆମୁଣ୍ଡା ଗ୍ରାମର ପ୍ରଦୀପ କୁମାର ମଲିକ । ଦୀର୍ଘବର୍ଷ ହେବ ଦେଶର ବିଭିନ୍ନ ପ୍ରାନ୍ତରେ ସି.ଆର.ପି.ଏଫ ଜବାନ ଭାବେ କାର୍ଯ୍ୟକରି ତାଙ୍କର ଦାୟିତ୍ୱ ସଠିକ ତୁଲାଇଥିଲେ। ଭାରତମାତାର ସେବା କରିବା ପରେ ବକେୟା ଜୀବନ ଏବେ ନିଜ ଜନ୍ମ ମାଟିର ଲୋକଙ୍କ ପାଇଁ ଉତ୍ସର୍ଗ କରିବି ବୋଲି କହିଛନ୍ତି। ଦୀର୍ଘ ୨୦ ବର୍ଷ ଚାକିରି ପରେ ସେ ଅବସର ନେଇ ଗାଁକୁ ଫେରିବା ବେଳେ ଗାଁ ଓ ଆଖପାଖ ଲୋକେ ତାଙ୍କୁ ବାଣ ଫୁଟାଇ, ବାଜା ବଜାଇ, ପାଟ ଶୋଭାଯାତ୍ରାରେ ବୀର ସୈନିକ ପ୍ରଦୀପ ମଲିକ ଙ୍କୁ ନିଜ ଗାଁକୁ ପାଛୋଟି ନେଇ ଥିଲେ। ଧୁଙ୍ଗିଆମୁଣ୍ଡା ଗ୍ରାମବାସୀଙ୍କ ସୈନିକଙ୍କ ପ୍ରତି ଏଭଳି ଭବ୍ୟ ସ୍ୱାଗତ ହିଁ ବୟାନ କରୁଛି କିଭଳି ଭାବେ ଦେଶର ସୁରକ୍ଷାରେ ନିୟୋଜିତ ରହୁଥିବା ସୈନିକ ମାନଙ୍କ ପ୍ରତି ଥିବା ଭଲପାଇବା ।
ଅବସରପ୍ରାପ୍ତ ଯବାନଙ୍କୁ ଗ୍ରାମରେ ଭବ୍ୟ ସମ୍ବର୍ଦ୍ଧନା
/sambad/media/post_attachments/wp-content/uploads/2021/09/4c559ddf-3bc1-4509-9c1e-13e6894347c7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)