ବନ୍ତଳା :ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ସେ ପ୍ରଥମ ଡୋଜ ଟିକା ନେଇଥିବାବେଳେ ଆଉ କିଛି ଦିନ ପରେ ୨ୟ ଡୋଜ ଟିକା ନେଇଥାନ୍ତେ ।
ପ୍ରାପ୍ତ ସୂଚନା ଅନୁଯାୟୀ ବନ୍ତଳା ପଞ୍ଚାୟତ ଜରାଓରପୁର ଗ୍ରାମର ଅବସର ପ୍ରାପ୍ତ ପୁଲିସ କର୍ମଚାରୀ କୁତାର୍ଥ ଅମାନ୍ତ(୭୨)କିଛି ଦିନ ତଳେ କରୋନାର ପ୍ରଥମ ଡୋଜ ନେଇଥିଲେ । ଗତ ସପ୍ତାହରେ ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଏହା ପରେ ସେ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ । କିନ୍ତୁ ଗତକାଲି ରାତି ପ୍ରାୟ ୧୧ଟା ବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷରେ ତାଙ୍କ ପରିବାରର ଅନ୍ୟ ଦୁଇ ସଦସ୍ୟ ମଧ୍ୟ କରୋନା ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି। ଜଣଙ୍କୁ କଟକସ୍ଥିତ ଏକ ଡାକ୍ତରଖାନା ରେ ଚିକିତ୍ସିତ କରାଯାଉଥିବା ବେଳେ ଅନ୍ୟ ଜଣେ ସଦସ୍ୟ ଘରେ ସଙ୍ଗରୋଧରେ ଥିବା ସ୍ଥାନୀୟ ସରପଞ୍ଚ ହରିହର ସାହୁ ପ୍ରକାଶ କରିଛନ୍ତି। ତେବେ ଗତକାଲି ରାତି ୧୧ବେଳେ ହୋଇଥିବା ବେଳେ ଆଜି ପ୍ରାୟ ଦିନ ସାଢେ ୧୦ଟା ବେଲେ ପ୍ରଶାସନ ପକ୍ଷରୁ ଶବଦାହ କରାଯାଇଥିବା ଜଣାପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/e.jpg)