ବରୀ : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବରୀ ପଞ୍ଚାୟତ ସମିତିର ସମିତି ସଭ୍ୟ ପ୍ରାର୍ଥୀ ଭାବେ ଅବସରପ୍ରାପ୍ତ ଏସ.ପି (କ୍ରାଇମ୍ ବ୍ରାଞ୍ଚ) ରମେଶ ଚନ୍ଦ୍ର ବେହେରା ଶୁକ୍ରବାର ଦିନ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସମିତି କାର୍ଯ୍ୟାଳୟ ଥିବା ଅଲିପୁର ପଞ୍ଚାୟତରୁ ସେ ପ୍ରାର୍ଥୀ ହୋଇଛନ୍ତି।
ଶ୍ରୀ ବେହେରା ରେଭେନ୍ସା କଲେଜରୁ ଅର୍ଥନୀତିରେ ଏମ.ଏ ପାସ୍ କରିବା ପରେ ୧୯୮୧ ରେ ପୁଲିସ ସବ୍ ଇନ୍ସପେକ୍ଟର ଭାବେ ଯୋଗଦେଇଥିଲେ। ସମୟ କ୍ରମେ ପଦୋନ୍ନତି ପାଇ ୨୦୧୧ ରେ ଏସ୍.ପି କ୍ରାଇମ୍ ବ୍ରାଞ୍ଚ ଭାବେ କଟକରେ କାର୍ଯ୍ୟକରିଥିଲେ। କାର୍ଯ୍ୟଦକ୍ଷତାକୁ ନେଇ ୨୦୧୧ରେ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ। ୨୦୧୬ ରେ ସେ ଚାକିରିରୁ ଅବସରନେଇ ଅଲିପୁରସ୍ଥିତ ବାସଭବନରେ ରହୁଥିଲେ। ଦୀର୍ଘ ବର୍ଷ ଧରୀ ପୁଲିସ ବାହିନୀରେ କାର୍ଯ୍ୟକରିବା ପରେ ଅବସର ସମୟକୁ ଜନସେବାରେ ବିତାଇବା ପାଇଁ ରାଜନୀତିରେ ପାଦ ଦେଇଥିବା ସେ କହନ୍ତି। ଶ୍ରୀ ବେହେରାଙ୍କ ଏହି ନିଷ୍ପତ୍ତିକୁ ବରୀ ବିଧାୟିକା ସ୍ବାଗତ କରିଛନ୍ତି।