ବ୍ୟାସନଗର : ଖଣି ନିଗମର ନିଜସ୍ଵ ଯୋଜନା ସୁପର ଆନୁଏସନ ସ୍କିମ ଲାଗୁକରିବା ଦାବିରେ ଆଜି ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଧବଳଗିରିସ୍ଥିତ ଖଣି ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଦୀର୍ଘ ୧୦ ବର୍ଷ ହେଲା ଅବସର ନେଇଥିଲେ ମଧ୍ୟ ଏଯାଏ ସ୍କିମକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଏହାର ପ୍ରତିବାଦରେ ଦୈତାରୀ, କେନ୍ଦୁଝର, ଗନ୍ଧମାର୍ଦନ ଓ ଯାଜପୁର ଜୋନରେ କାର୍ଯ୍ୟକରି ଅବସର ନେଇଥିବା କର୍ମଚାରୀମାନେ ଧାରଣା ଦେଇଛନ୍ତି।
ସଂଘର ସଭାପତି ବିଷ୍ଣୁ ରଞ୍ଜନ ଦାସ, ସମ୍ପାଦକ ଗୋବର୍ଦ୍ଧନ ନାୟକଙ୍କ ସୂଚନାନୁଯାୟୀ ୧୯୯୧ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏକକାଳୀନ ଓଡ଼ିଶା ଖଣି ନିଗମ ଓ ଓଡ଼ିଶା ଷ୍ଟିଲ ଇଲେକ୍ଟ୍ରିସିଟି ପାଇଁ ପେନସନ୍ ମଞ୍ଜୁରି କରିଥିଲେ। ଇଲେକ୍ଟ୍ରିସିଟି ଏହାକୁ ଲାଗୁ କରିଥିବାବେଳେ ଖଣି ନିଗମ ଲାଗୁ କରି ନଥିଲା। ଏହାକୁ ବିରୋଧ କରି କର୍ମଚାରୀମାନେ ହାଇକୋର୍ଟରେ ଏକାଧିକବାର ପିଟିସନ୍ କରିଥିଲେ। ୨୦୧୯ ଜାନୁଆରି ୨୩ ରେ ଏହାର ଶୁଣାଣି କରି ୪ ମାସ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ପେନସନ୍ ଦେବାକୁ ନିର୍ଦେଶ ଦେଇଥିଲେ। ଜାନୁଆରି ୨୩ ତାରିଖରେ ଓଏମସି ସୁପରଅାନୁଏସନ ସ୍କିମ ପ୍ରସ୍ତାବ ଦେଇ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ। ତଥାପି କାର୍ଯ୍ୟକାରୀ ହୋଇନାହିଁ। ପେନସନ ନପାଇ ୧୨୩ ଜଣ କର୍ମଚାରୀଙ୍କ ପରଲୋକ ହେଲାଣି।
ନିଗମ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ତୁରନ୍ତ ଲାଗୁ ନକଲେ ଅନିର୍ଦିଷ୍ଟ କାଳ ପାଇଁ ଧାରଣ ଚାଲୁ ରହିବ ବୋଲି ସଂଘର ଉପଦେଷ୍ଟା ନରେଶ କୁମାର ମହାନ୍ତି, ଇଂ ପ୍ରତାପ କିଶୋର ନାୟକ, ସନ୍ତୋଷ କୁମାର ସ୍ୱାଇଁ, ରବୀନ୍ଦ୍ର ବେହୁରିଆ, ଗଣନାଥ ରାଉତ, ଦେବାନନ୍ଦ ପୃଷ୍ଟି, ସୁବାସ ଚନ୍ଦ୍ର ତିରିଆ, ରବି ରାୟ, ସଦସ୍ୟ ବିଜୟ କୁମାର ସିଂହ, ବିଜୟ କୁମାର ବେହେରା, ବାବନ ଚରଣ ସାହୁ, ଆନନ୍ଦ ଚରଣ ପଣ୍ଡା, ରବିନାରାୟଣ ଦାସ, ନୃସିଂହ ଚରଣ ଲେଙ୍କା, ରବୀନ୍ଦ୍ର ବେହୁରିଆ, ଦେବେନ୍ଦ୍ର ପ୍ରସାଦ ସିଂହ, ଶରତ ଚନ୍ଦ୍ର ମହାନ୍ତି, ପ୍ରାଣନାଥ ମହାପାତ୍ର, କୁଳମଣି ବାରିକ, ସତ୍ୟଚନ୍ଦ୍ର ପାଲ୍, ବଲରାମ ମିଶ୍ର, ବସନ୍ତ କୁମାର ପଣ୍ଡା, ଭାସ୍କର ଚନ୍ଦ୍ର ଦାସ, ବେଣୁଧର ତନ୍ତୀ, ଗଜେନ୍ଦ୍ର ମହାନ୍ତ, ପ୍ରଭାକର ବେହେରା ଓ ଭଗବାନ ସାହୁ ଦାବି କରିଛନ୍ତି। ଓଏମ୍ସି ପରିଚାଳନା ନିର୍ଦେଶକଙ୍କ ଉଦ୍ଦେଶ୍ୟରେ ଆଞ୍ଚଳିକ ପରିଚାଳକ ପ୍ରସନ୍ନ କୁମାର ସ୍ବାଇଁଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା। ବରିଷ୍ଠ ମ୍ୟାନେଜର ସୁମିତ ପାଢ଼ୀ, ଅର୍ଥ ପରିଚାଳକ ଘନଶ୍ୟାମ ମହାନ୍ତି ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/WhatsApp-Image-2021-01-11-at-21.01.22.jpeg)