ଭୁବନେଶ୍ୱର: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ୟୁଜିୟୁପି ସ୍କୁଲର ଶିକ୍ଷକ ନାରାୟଣ ପ୍ରଧାନଙ୍କୁ ଭାବବିହ୍ଵଳ ପରିବେଶରେ ରବିବାର ଅବସରକାଳୀନ ବିଦାୟ ସମ୍ବର୍ଧନା ଦିଆଯାଇଛି। ଅବସରପ୍ରାପ୍ତ ଶିକ୍ଷକ ମନମୋହନ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅସ୍ତରଙ୍ଗ ଏବିଇଓ ବ୍ରଜବଂଧୁ ବେହେରା, ଅବସରପ୍ରାପ୍ତ ଶିକ୍ଷକ ଦ୍ଵିଜବର ବାଘ, ଦୁର୍ଯ୍ୟୋଧନ ନାୟକ, ଗଗନ ବିହାରୀ ପାତ୍ର, ଭରତ ଚନ୍ଦ୍ର ବିଶ୍ୱାଳ, ସୁରେନ୍ଦ୍ର ନାଥ ସ୍ୱାଇଁ, ଶିବ ଚରଣ ଖଟୋଇ, ଶ୍ରୀହର୍ଷ ମହାନ୍ତି, ସ୍ୱାଧୀନ ବେହେରା, ମଙ୍ଗୁଳି ଚରଣ ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ତ୍ରିନାଥ ଚରଣ ପ୍ରଧାନ ସଂଯୋଜନା କରିଥିଲେ। ବିଦ୍ୟାଳୟର ଶିକ୍ଷକବୃନ୍ଦ ଅମରେଶ୍ୱର କାଣ୍ଡି, ରଂଜୁବାଳା ଓଝା, ଦେବେନ୍ଦ୍ର ବେହେରା, କେଳାସଚନ୍ଦ୍ର ବାରିକ, ପରିଚାଳନା କମିଟି ସଭାପତି ପ୍ରଭାକର ପ୍ରଧାନଙ୍କ ସହ ଶିଶୁଅ ଗ୍ରାମବାସୀ, ପୁରାତନ ଛାତ୍ରଛାତ୍ରୀ, ବ୍ଲକର ଶିକ୍ଷକଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଧନା
/sambad/media/post_attachments/wp-content/uploads/2019/07/111-Narayan-Pradhan.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)