ଭଞ୍ଜନଗରରେ ତିନି ଏନ୍‌ଏସିର ବସ୍ତି ଉନ୍ନୟନ ସମୀକ୍ଷା କଲେ ଡୁଡା ପିଡି

୩ ଏନ୍‌ଏସିର ସ୍ଲମ୍‌କୁ ନନ୍‌ ସ୍ଲମ୍‌ରେ ପରିବର୍ତ୍ତନ କରିବାକୁ ଯୋଜନା  

ଭଞ୍ଜନଗର: ସହରାଞ୍ଚଳରେ ବଦଳିବ ବସ୍ତିର ରୂପରେଖ। ବସ୍ତି ଅଞ୍ଚଳରେ ବସବାସ କରୁଥିବା ଲୋକ ମାନଙ୍କ ମ‌ୌଳିକ ଆବଶ୍ୟକତା ପୂରଣ କରିବା ସହ ସେମାନଙ୍କ ପାଇଁ ଉତ୍ତମ ବାସଗୃହ,ଡ୍ରେନେଜ୍‌ ବ୍ୟବସ୍ଥା,ଆଲୋକି କରଣ,ପାନିୟ ଜଳ ସୁବିଧା ଏବଂ ଶୌଚାଳୟ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ। ସହରର ବିକାଶ ଧାରାରେ ବସ୍ତି ଇଲାକାରେ ବାସ କରୁଥିବା ଲୋକ ମାନଙ୍କୁ ବିକାଶମୂଖି କରିବା ଦିଗରେ ଏନ୍‌ଏସି ମାନଙ୍କୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ନଗର ଉନ୍ନୟନ ବିଭାଗ ଯୋଜନା ଆରମ୍ଭ କରିଛି। ତେଣୁ ଜିଲ୍ଲା ନଗର ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବେଲଗୁଣ୍ଠା,ଭଞ୍ଜନଗର ଏବଂ ସୋରଡ଼ା ଏନ୍‌ଏସିର କର୍ତ୍ତୁପକ୍ଷଙ୍କ ସମେତ ବସ୍ତି ଅଞ୍ଚଳର କର୍ମକର୍ତ୍ତାଭଙ୍କୁନେଇ ଏକ ସମୀକ୍ଷା ବୈଠକ ଭଞ୍ଜନଗର ଏନ୍‌ଏସି ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଏହି ଯୋଜନାର ମୂଳ ଲକ୍ଷ ହେଲା ସ୍ଳମ୍‌ ଇଲାକାକୁ ପରିବର୍ତ୍ତନ କରି ନନ୍ ସ୍ଲମ୍‌ରେ ପରିବର୍ତ୍ତନ କରିବା। ସେଥିପାଇଁ ଆବଶ୍ୟକ ଭିତ୍ତି ଭୂମୀ ପ୍ରଦାନ କରିବା ସହ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବା ଦିଗରେ ‌ଏନ୍‌ଏସି ସମେତ ପାନିୟ ଜଳ ବିଭାଗ,ବିଦ୍ୟୁତ୍‌ ବିଭାଗ କର୍ମଚାରୀ ମାନେ ପଦ‌େକ୍ଷେପ ନେବାକୁ ପିଡି କହିଥିଲେ। ସହରାଞ୍ଚଳ ବିକାଶରେ ବିଭିନ୍ନ ଏନ୍‌ଏସି ଅଞ୍ଚଳର କିଛି କିଛି ବସ୍ତିକୁ ଚିହ୍ନଟ କରାଯାଇଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସବୁ ଉନ୍ନୟନ କାର୍ଯ୍ୟ ୮୦ ପ୍ରତିଶତ ଶେଷ କରିବାକୁ ପିଡି ନ‌ିର୍ଦ୍ଦେଶ ଦେଇଥିଲେ।

 

ପ୍ରଶାସନ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଭଞ୍ଜନଗର ଏନ୍‌ଏସିର ଚିହ୍ନଟ ହୋଇଥିବା ୧୧ ଟି ବସ୍ତି ମଧ୍ୟରୁ ୫ ଟି ବସ୍ତିରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ଥିବା ବ‌େଳେ ୯ ନଂ ୱାର୍ଡର ତୋଟାସାହି ୧୦ ନଂ ୱାର୍ଡର ଖଦାଳ ସାହି, ୧୨ ନଂ ୱାର୍ଡର ହରିଜନ ସାହି, ଓ ୧୪ ନଂ ୱାର୍ଡର ପାର୍କ ସାହି ଓ ଶ୍ରୀରାମ ନଗର ବସ୍ତି ବାସିନ୍ଦାଙ୍କୁ ‌ଏହି ସହରାଞ୍ଚଳ ବିକାଶ ଯୋଜନାରେ ସାମିଲ କରାଯାଇଥିବା ଜଣାପଡିଛି। ସେହିପରି ବେଲଗୁଣ୍ଠା ଏନ୍‌ଏସିର ୩ଟି ବସ୍ତି ଏବଂ ସୋରଡ଼ା ଏନ୍‌ଏସିର ୫ଟି‌ ବସ୍ତିକୁ  ବିକାଶ ଯୋଜନାରେ ସାମିଲ କରିବା ନିମନ୍ତେ ଚିହ୍ନଟ କରାଯାଇଛି। ଏହି ସବୁ ବସ୍ତିରେ ଲାଗି ରହିଥିବା ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ଏଥିରେ ଡୁଡା ପିଡିଙ୍କ ସମେତ ଭଞ୍ଜନଗର କାର୍ଯ୍ୟନିର୍ବାହି ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ,ବେଲଗୁଣ୍ଠାର ରାକ‌େଶ କୁମାର ପାତ୍ର ଏବଂ ସୋରଡ଼ାର ବିପିନ କୁମାର ପ୍ରଧାନ,ଏନ୍‌ଏସି କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ,‌ସ୍ବେଚ୍ଛାସେବୀ ଶୂଳପାଣି ଶତପଥି,ଶିକ୍ଷାବିତ୍‌ ପଞ୍ଚାନନ ପାଳ,ବସ୍ତି ଅଞ୍ଚଳ କର୍ମକର୍ତ୍ତା,ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ।

 

ସମ୍ବନ୍ଧିତ ଖବର