ଖୋର୍ଦ୍ଧା: ସରପଂଚ ଓ ପଂଚାୟତ ସମିତିସଭ୍ୟଙ୍କ ଚୂଡ଼ାନ୍ତ ସଂଶୋଧିତ ତାଲିକା ପ୍ରକାଶ

ଖୋର୍ଦ୍ଧା: ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଚୂଡ଼ାନ୍ତ ଓ ସଂଶୋଧିତ ସରପଂଚ ଏବଂ ପଂଚାୟତ ସମିତି ସଭ୍ୟ-ସଭ୍ୟାଙ୍କ ତାଲିକା ପ୍ରକାଶ ପାଇଛି । ଯଦିଓ ତାଲିକାରେ ୭-୮ଟି ଆସନ ବ୍ୟତୀତ ଅନ୍ୟଗୁଡ଼ିକ ସଂଶୋଧନ କରାଯାଇନାହିଁ ତେବେ ବିଭିନ୍ନ କାରଣ ଯୋଗୁଁ ଏହା ପ୍ରକାଶ କରିବାରେ ବିଳମ୍ବ ଘଟିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ଚଳିତ ମାସ ୮ ତାରିଖରେ ଜିଲ୍ଲାପ୍ରଶାସନ ପକ୍ଷରୁ ସରପଂଚ, ସମିତି ସଭ୍ୟ-ସଭ୍ୟା, ଜିଲ୍ଲାପରିଷଦ ଆସନର ସଂରକ୍ଷଣ ନେଇ ଏକ ପ୍ରସ୍ତାବିତ ତାଲିକ ପ୍ରକାଶ ପାଇଥିଲା । ଏନେଇ ଆପତ୍ତି ଅଭିଯୋଗ ୧୬ ତାରିଖ ସୁଦ୍ଧା ପ୍ରଦାନ କରିବାକୁ କୁହାଯାଇଥିଲା । ୧୬ ତାରିଖ ସୁଦ୍ଧା ୨୬୦ରୁ ଉଦ୍ଧ୍ୱର୍ ଆପତ୍ତି-ଅଭିଯୋଗ ଜିଲ୍ଲା ପଂଚାୟତ କାର୍ଯ୍ୟାଳୟରେ ଆସି ପହଂଚିଥିଲା । ତେବେ ଏହା ମଧ୍ୟରୁ ମାତ୍ର ୭-୮ଟିରେ ପରିବର୍ତନ ହୋଇଥିବା ବେଳେ ବଳକା ଆସନଗୁଡ଼ିକରେ ସଂରକ୍ଷଣ ବ୍ୟବସ୍ଥା ପ୍ରସ୍ତାବିତ ତାଲିକାର ସଂରକ୍ଷଣ ସହ ସମାନ ରହିଛି ।

ସମିତି ସଭ୍ୟ ଓ ସଭ୍ୟାଙ୍କ ପାଇଁ ଖୋର୍ଦ୍ଧା ବ୍ଲକରେ ୨୨ଟି ପଂଚାୟତରୁ ଅନୁସୂଚିତ ଜାତି ପୁରୁଷ ଓ ମହିଳାଙ୍କ ପାଇଁ ୩ଟି ଆସନ, ଅନୁସୂଚିତ ଜନଜାତି ପୁରୁଷ ଓ ମହିଳାଙ୍କ ପାଇଁ ୨ଟି ଆସନ, ପଛୁଆବର୍ଗଙ୍କ ପାଇଁ ୫ଟି ଆସନ, ଅଣସଂରକ୍ଷିତଙ୍କ ପାଇଁ ୧୨ଟି ଆସନ ସଂରକ୍ଷିତ ରହିଛି । ସେହିଭଳି ବେଗୁନିଆ ବ୍ଲକର ୨୧ଟି ପଂଚାୟତ ପାଇଁ ଅନୁସୂଚିତ ଜାତିଙ୍କ ପାଇଁ ୨ଟି ଅନୁସୂଚିତ ଜନଜାତିଙ୍କ ପାଇଁ ୨ଟି, ପଛୁଆବର୍ଗଙ୍କ ପାଇଁ ୫ଟି, ଅଣସଂରକ୍ଷିତଙ୍କ ପାଇଁ ୧୨ଟି ଆସନ, ବୋଲଗଡ଼ ବ୍ଲକର ୧୯ଟି ପଂଚାୟତରେ ଅନୁସୂଚିତ ଜାତିଙ୍କ ପାଇଁ ୨, ଅନୁସୂଚିତ ଜନଜାତିଙ୍କ ପାଇଁ ଗୋଟିଏ, ପଛୁଆ ବର୍ଗଙ୍କ ପାଇଁ ୫, ଅଣସଂରକ୍ଷିତଙ୍କ ପାଇଁ ୧୧, ଟାଙ୍ଗୀ ବ୍ଲକରେ ୨୬ଟି ଆସନ ମଧ୍ୟରୁ ଅନୁସୂଚିତ ଜାତିଙ୍କ ପାଇଁ ୫ଟି, ଅନୁସୂଚିତ ଜନଜାତିଙ୍କ୍ ପାଇଁ ଗୋଟିଏ, ପଛୁଆ ବର୍ଗଙ୍କ ପାଇଁ ୭ଟି ଓ ଅଣସଂରକ୍ଷିତଙ୍କ ପାଇଁ ୧୩ଟି ଆସନ, ଚିଲିକା ବ୍ଲକରେ ମୋଟ ୧୬ଟି ଆସନରୁ ଅନୁସୂଚିତ ଜାତିଙ୍କ ପାଇଁ ୪, ଅନୁସୂଚିତ ଜନଜାତିଙ୍କ ପାଇଁ ଗୋଟିଏ, ପଛୁଆବର୍ଗଙ୍କ ପାଇଁ ୩ଟି, ଅଣସଂରକ୍ଷିତଙ୍କ ପାଇଁ ୯ଟି, ବାଣପୁର ବ୍ଲକର ୧୭ଟି ଆସନରୁ ଅନୁସୂଚିତ ଜାତିଙ୍କ ପାଇଁ ଗୋଟିଏ, ଅନୁସୂଚିତ ଜନଜାତିଙ୍କ ପାଇଁ ଗୋଟିଏ, ପଛୁଆବର୍ଗଙ୍କ ପାଇଁ ୪ଟି, ଅଣସଂରକ୍ଷିତଙ୍କ ପାଇଁ ୧୧ଟି, ଜଟଣୀ ବ୍ଲକର ୧୫ଟି ଆସନରୁ ଅନୁସୂଚିତ ଜାତିଙ୍କ ପାଇଁ ୨ଟି, ଅନୁସୂଚିତ ଜନଜାତିଙ୍କ ପାଇଁ ଗୋଟିଏ, ପଛୁଆବର୍ଗଙ୍କ ପାଇଁ ୪, ଅଣସଂରକ୍ଷିତଙ୍କ ପାଇଁ ୮ଟି ଆସନ, ବାଲିଅନ୍ତାର ୧୬ଟି ଆସନରୁ ଅନୁସୂଚିତ ଜାତିଙ୍କ ପାଇଁ ୪, ଅନୁସୂଚିତ ଜନଜାତିଙ୍କ ପାଇଁ ଗୋଟିଏ, ପଛୁଆବର୍ଗଙ୍କ ପାଇଁ ୩, ଅଣସଂରକ୍ଷିତଙ୍କ ପାଇଁ ୮ଟି, ବାଲିପାଟଣା ବ୍ଲକ ର ୧୭ଟି ଆସନ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୫, ଅନୁସୂଚିତ ଜନଜାତିଙ୍କ ପାଇଁ ଗୋଟିଏ, ପଛୁଆବର୍ଗଙ୍କ ପାଇଁ ୨ଟି, ଅଣସଂରକ୍ଷିତଙ୍କ ପାଇଁ ୯ଟି ଆସନ ସଂରକ୍ଷିତ ରହିଛି ।

ସମ୍ବନ୍ଧିତ ଖବର