ଜମି କିଣା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ରାଜସ୍ୱ ନିରୀକ୍ଷକ

ଭଦ୍ରକ: ଧାମରା ନିକଟସ୍ଥ କଇଥଖୋଲା ଆର୍‌ଆଇଇ କୃଷ୍ଣ ଦାସ ବାଲେଶ୍ୱର ଭିଜିଲାନ୍‌ସ ଟିମ୍‌ ଦ୍ୱାରା ଗିରଫ ହୋଇଛନ୍ତି। କଇଥଖୋଲା ଗାଁର ସତ୍ୟ ପ୍ରକାଶ ନାୟକ ନାମକ ଜଣେ ଲୋକଙ୍କ ଠାରୁ ଜମି ଜମା କିଣା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ଥିବା ବେଳେ ବାଲେଶ୍ୱର ଭିଜିଲାନ୍‌ସ ଟିମ୍‌ ଚଢାଉ କରି ସଂପୃକ୍ତ ଆର୍‌ଆଇ (ରାଜସ୍ୱ ନିରୀକ୍ଷକ)ଙ୍କୁ ଗିରଫ କରିଥିଲା। ଗିରଫ ଆର୍‌ଆଇଙ୍କୁ ବାଲେଶ୍ୱର ଭିଜିଲାନ୍ସ କୋର୍ଟରେ ହାଜର କରାଯିବାକୁ ନିଆଯାଇଛି।

ସମ୍ବନ୍ଧିତ ଖବର