ଜୟପୁର: ଗତ ମାସ ୧୮ରୁ ମଣ୍ଡି ଆରମ୍ଭ ହୋଇଛି। ତେବେ ଧୀରେ ସୁସ୍ଥେ ଚାଳୁଥିବା ମଣ୍ଡି ଆଜି ଠାରୁ ଜୋର ଧରିଛି। ଆଜି ପର୍ଯ୍ୟନ୍ତ ୧୨ଟି ଧାନ କ୍ରୟକାରୀ ସଂସ୍ଥା ପକ୍ଷରୁ ୩୫ଟି ମଣ୍ଡିରେ ୬୫ହଜାର ୭୧୨କୁଇଣ୍ଟାଲ ଧାନ କିଣାଯାଇଛି। ପ୍ରତିଟି ମଣ୍ତିରେ ଏବେ ୫୦୦୦ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସପ୍ତାହର ସବୁ ଦିନମାନଙ୍କରେ ଧାନ କ୍ରୟକାରୀ ସ˚ସ୍ଥାଗୁଡିକ କିଣୁଛନ୍ତି ହଜାର ହଜାର କୁଇଣ୍ଟାଲ ଧାନ। ଏହି ଧାନ କିଣାରେ ଅନିୟମିତା ପରିଲକ୍ଷିତ ହୋଇଛି ।
ଗାଇଡଲାଇନ୍ ଅନୁସାରେ ଚାଷୀମାନେ ମଣ୍ତିକୁ ଅଖା(ଝୋଟ ଅଖା) ବା ବୋରାରେ ଧାନ ଆଣିବା କଥା । ସେହି ଅଖାକୁ ବଦଳାଇ ମିଲର୍ସ ଓ ସମବାୟ ସ˚ସ୍ଥାମାନେ ନିଜ ବୋରାରେ ଧାନ କିଣିବା ଗାଇଡଲାଇନରେ ବି ରହିଛି। ଏବଂ ମଣ୍ତିରେ ଚାଷୀଙ୍କଠାରୁ ଧାନ କିଣିବା ପରେ ଅଖା ପୁଣି ଚାଷୀଙ୍କୁ ଫେରସ୍ତ କରିବେ । କିନ୍ତୁ ଏହା କୌଣସି ମଣ୍ତିରେ ମଧ୍ୟ ଦେଖିବାକୁ ମିଳୁନାହିଁ ।
ସରକାରଙ୍କ ପକ୍ଷରୁ ମିଳୁଥିବା ଅଖାର ଲକ୍ଷ ଲକ୍ଷ ଟଙ୍କାକୁ ହରିଲୁଟ କରି ଚାଷୀଙ୍କୁ ରସାତଳକୁ ପଠାଇଦେଉଛନ୍ତି କିଛି କୁଜିନେତା, ଧାନଦଲାଲ ଓ ଅସାଧୁ ମିଲର୍ସ । କିଛି କୁଜିନେତା, ଧାନ ଦଲାଲ ଓ ଅସାଧୁ ମିଲର୍ସ ଚାଷୀଙ୍କୁ କଟନି ଛଟନିକୁ ନେଇ ମଣ୍ଡିରେ ଏଭଳି ଚାପ ସୃଷ୍ଟି କରୁଛନ୍ତି ଯେ ଚାଷୀମାନେ ଧରି ଆସିଥିବା ପଲିଥିନ୍ ବସ୍ତାରେ ହିଁ ଧାନ ଦେଇ ପଳାଉଛନ୍ତି। ବର୍ଷ ଯାକର ପରିଶ୍ରମର ଫାଇଦା ନେଉଛନ୍ତି ଏହି ସମବାୟ ଦଲାଲ ଓ କୁଜିନେତା । ଏହାସହ ସରକାରୀ ନିୟମକୁ ଅଖିବୁଜି ଦେଇଛନ୍ତି ମିଲର୍ସ ଓ ଧାନ ଦଲାଲମାନେ। ଏଥିପାଇଁ ସରକାରଙ୍କ ପାଖରୁ ପ୍ରତି ଅଖା ପିଛା ୩୦ ଟଙ୍କା ନେଉଥିଲାବେଳେ ଚାଷୀଙ୍କ ଅଖାକୁ ନେଇ ହରିଲୁଟ କରାଯାଉଥିବା ଅଭିଯୋଗ ହୋଇଛି।
ରାଜ୍ୟସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଥିବା ବେଳେ ଚାଷୀମାନେ ଉପକୃତ ହୋଇପାରୁ ନାହାନ୍ତି। ଏଥିରେ ଦୁର୍ନୀତର ଗନ୍ଧ ସ୍ପଷ୍ଟ ଭାବେ ବାରି ହୋଇପଡୁଛି। ସରକାରୀ ନିୟମ ଅନୁସାରେ ୫୦ କେଜିଆ କିମ୍ବା ୧୦୦ କଜେିଆ ବୋରା( ଝୋଟ ବସ୍ତା)ରେ କିଣା ଯିବା କଥା । ଏହାଦ୍ବାରା ବାୟୁ ସ˚ଷ୍ପର୍ଶ ଆସିବା ଦ୍ବାରା ଧାନରେ ସୁନା ରଙ୍ଗ ଆସିଥାଏ ଏବଂ କ୍ବାଲିଟିରେ ଉନ୍ନତି ଆସିଥାଏ । କିନ୍ତୁ ପ୍ଲାଷ୍ଟିକ ଅଖାରେ ଧାନ କିଣାଯାଉଥିବାରୁ ଧାନର ଏଫଏକ୍ୟୁ ମାନର ଧାନ ସ˚ଗ୍ରହ କରାଯାଇପାରୁନାହିଁ। ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ଏଫଏକ୍ୟୁ ଧାନ ସ˚ଗ୍ରହ ମାଧୢମ ଭଲ ଚାଉଳ ମିଳିପାରିବ ଏହି ଆଶା ଆଶଙ୍କା ସୃଷ୍ଟି ହୋଇଛି ।