ମାଲକାନଗିରି ଜିଲ୍ଲାରେ ଆଜିଠାରୁ ମଣ୍ଡି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆସନ୍ତାକାଲ ଠାରୁ ଆରମ୍ଭ ହେବ ଧାନମଣ୍ଡି। ପ୍ରଶାସନ ତରଫରୁ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ୫୦ ହଜାର କ୍ୱିଣ୍ଟାଲ ଧାନ କ୍ରୟ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲାର ସାତୋଟି ବ୍ଲକରେ ୨୮ଟି ସ୍ଥାନରେ ମଣ୍ଡି ଖୋଲାଯାଇଛି। ତେବେ ମଣ୍ଡି ଆରମ୍ଭ ନ ହେଉଣୁ ଧାନ ଚୋରାଚାଲାଣ ହେଉଥିବା ନେଇ ମାଲକାନଗିରିରେ ବେଶ ଚର୍ଚ୍ଚା ଚାଲିଥିବା ବେଳେ ମଣ୍ଡି ଆରମ୍ଭ ହେଲେ ଏହା ବନ୍ଦ ହୋଇଯିବ ବୋଲି ପ୍ରଶାସନ ଆଶା ପ୍ରକଟ କରିଛି। ବିଭିନ୍ନ ଚୋରାବାଟ ରହିଥିବାରୁ ଦଲାଲମାନେ ଧାନ ପଡୋଶୀ ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶକୁ ଚାଲାଣ କରୁଥିବା ବେଳେ ଏସବୁ ପ୍ରଶାସନ ଜାଣି ପାରୁଛି କି ନାହିଁ ତାହା ସଂଦେହ ଘେରରେ। ପ୍ରତ୍ୟେକ ଚାଷୀ ଦିନକୁ ୭୦ କ୍ୱିଣ୍ଟାଲ ଧାନ ବିକି ପାରିବ। ଜଳସେଚିତ ଜମିରୁ ଏକ ପିଛା ୧୯ କ୍ୱିଣ୍ଟାଲ,ଅଣ ଜଳସେଚିତ ଜମି ପାଇଁ ଏକର ପିଛା ୧୬ କ୍ୱିଣ୍ଟାଲ ଧାନ ଜଣେ ଚାଷୀ ବିକି ପାରିବ ବୋଲି ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇଛି।

ମାଲକାନଗିରି ବ୍ଲକରେ ଯଥା ମାଲକାନଗିରି,ପଦ୍ମଗିରି,ସେରପାଲୀ,ଝରାପାଲୀ,ଏମଭି-୧୧ ଏବଂ ଗଂଗଲାରେ ମଣ୍ଡି ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ କୋରକୋଣ୍ଡା ବ୍ଲକରେ କୋରକୋଣ୍ଡା,ପୋଟ୍ରେଲ,ନୀଲାକାମ୍ବେରୁ,ତାରଲାକୋଟା, ଚିତାପାରି-୩, ଚିତ୍ରକୋଣ୍ଡା, ଦୋରାଗୁଡା,କାମୱାଡା,ପୁରୁଣା ଚିତାପାରି,ମାରିୱାଡା ଏବଂ ଡୁଡାମେଟା। ସେହିପରି କାଲିମେଳା ବ୍ଲକରେ କାଲିମେଳା, ଗୋମ୍ଫାକୋଣ୍ଡା, ଉଣ୍ଡୁରୁକୋଣ୍ଡା,ଗିରକାନପାଲୀ,କାଙ୍ଗୁରୁକୋଣ୍ଡା,ଗୁମକା ଏବଂ ଭେଜଙ୍ଗୱାଡା। ପଡିଆ ବ୍ଲକର ପଡିଆ,ଏମଭି-୭୯,କୁରୁକୋଣ୍ଡା,ସିମିଳିବାଞ୍ଝା,ୁପୁସୁଗୁଡା,କାଲଦାପାଲୀ,ନିଲିଗୁଡା ଏବଂ ମୋଟେରୁ। କୁଡୁମୁଲୁଗୁମ୍ମା ବ୍ଲକର

କୁଡୁମୁଲୁଗୁମ୍ମା,ପାରକାନମାଲା,ବଡପଦର,ସୋମନାଥପୁର ଏବଂ ନାକାମାମୁଡି। ସେହିପରି ମାଥିଲି ବ୍ଲକର ମାଥିଲି,ଦଳପତିଗୁଡା,ଚେଡଙ୍ଗା,ଧୁଙ୍ଗିଆପୁଟ, କାଆଙ୍ଗ,ସାଲିମି ଏବଂ ଭେଜାଗୁଡା ତଥା ଖଇରପୁଟ ବ୍ଲକର ଖଇରପୁଟ,ଗୋବିନ୍ଦପାଲି ଏବଂ ପୋଡାଘାଟ ଠାରେ ମଣ୍ଡି ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାର ୨୩ ହଜାର ୩୩୦ ଜଣ କୃଷକ ନିଜ ନାମ ରେଜିଷ୍ଟ୍ରେସନ କରିଥିବା ଜଣାପଡିଛି। ସମସ୍ତ ଧାନକୁ ଲ୍ୟମ୍ପସ କିଣିବ। ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ପ୍ରକାଶ କରିଥିଲେ। ଶ୍ରୀ ମହାନ୍ତିଙ୍କ କହିବା ଅନୁଯାୟୀ କ୍ଷୁଦ୍ର ଚାଷୀ ଯେପରି ମଣ୍ଡିରେ ଧାନ ବିକ୍ରି କରିପାରିବେ ସେ ଉପରେ ଗୁରୁତ୍ୱ ଦିଆଯାଉଛି। ଜିଲ୍ଲାରେ ୧୨ ଲକ୍ଷ ୮୦ ହଜାର କ୍ୱିଣ୍ଟାଲ ଧାନ ଅମଳ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏହାକୁ ଆଗାମୀ ଦିନରେ ଏହି ଧାନକୁ ଖରିଦ କରାଯିବ ବୋଲି ମଧ୍ୟ ସେ କହିଥିଲେ।

ସମ୍ବନ୍ଧିତ ଖବର