ସିୱା ପକ୍ଷରୁ ‘ସାଇକେଲ ଚଲାଅ ସୁସ୍ଥ ରୁହ’ର ବାର୍ତ୍ତା

ଜୟପୁର: ‘ସାଇକେଲ ଚଲାଅ ସୁସ୍ଥ ରୁହ’ ଏଭଳି ଅଭିଯାନ ଗତ କିଛି ଦିନ ହେବ ଜୟପୁରରେ ଆରମ୍ଭ ହୋଇଛି। ଏହାକୁ ଆରମ୍ଭ କରିଛି ‘ସିୱା’ ଅନୁଷ୍ଠାନ। ପୂର୍ବରୁ ଏହି ଅନୁଷ୍ଠାନ ବୃକ୍ଷରୋପଣର ସଚେତନତା ବାର୍ତ୍ତା ପ୍ରଚାର ଓ ପ୍ରସାର ସାଇକେଲ ମାଧ୍ୟମରେ କରୁଥିଲେ। ଏବେ ଏହାକୁ ପ୍ରତି ରବିବାର ଦିନ କରାଯାଉଛି। ଏହି ସଂଗଠନର ସଭ୍ୟଙ୍କ ସହ ସହରରେ ବିଭିନ୍ନ ସରକାରୀ କାର୍ୟ୍ୟାଳୟରେ କାର୍ୟ୍ୟରତ କର୍ମଚାରୀଙ୍କ ଠାର ଆରମ୍ଭ କରି ବ୍ୟବସାୟୀ ଆଦି ବିଭିନ୍ନ ବର୍ଗ ଓ ବୟସର ଲୋକେ ସାମିଲ୍ ହୋଇ ସହରରୁ ଗାଁ ପର୍ୟ୍ୟନ୍ତ ୨୫କିଲୋ ମିଟର ପରିଧିରେ ଯିବା ଆସିବା କରୁଛନ୍ତି।

ଆଜି ସେଭଳି ୧୧ଜଣ ସଭ୍ୟ ସାଇକେଲରେ ଯାଇଥିବା ଏବଂ ରାସ୍ତାରେ ସାଇକେଲ ଚଲାଅ ସୁସ୍ଥ ରୁହ ବୋଲି କହୁଥିବା ଦେଖିବାକୁ ମିଳିଥିଲା। ଦିନକୁ ଦିନ ସଭ୍ୟ ସଂଖ୍ୟା ବୃଦ୍ଧି ପାଇବା ସହ ସବୁ ବର୍ଗର ଲୋକ ଅଗ୍ରାହ ପ୍ରକାଶ କରୁଛନ୍ତି ବୋଲି କହିଛନ୍ତି ସିୱା ଅନୁଷ୍ଠାନର ସଭାପତି ଅଜୟ ମିଶ୍ର। ବ୍ୟସ୍ତବହୁଳ ତଥା ଗହଳି ଚହଳି ଏବଂ ପେଟ୍ରୋଲ ଓଡିଜେଲ ହୁହୁ ହୋଇ ଦର ବଢ଼ୁଥିବାରୁ ଲୋକେ ବି ଏବେ ସାଇକେଲ ଚଲାଇବା ପ୍ରତି ଆଗ୍ରହ ପ୍ରକାଶ କରୁଥିବା କହିଛନ୍ତି ସଭାପତି ଶ୍ରୀ ମିଶ୍ର।

ସମ୍ବନ୍ଧିତ ଖବର